ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ସାକେରୀ ଗ୍ରାମ ପଂଚାୟତ ରେ ଆଜି ରୋଟାରୀ ମାଗଣା ଚକ୍ଷୁ ଶିବିର ଅଭିଯାନ ସେବା ଅନୁଷ୍ଠିତ ହୋଇଅଛି. ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ସାକେରୀ ଗ୍ରାମ ପଂଚାୟତ ର 250ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା ନିମନ୍ତେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା. ଉକ୍ତ ଚକ୍ଷୁ ପରୀକ୍ଷା ଶିବିରରେ କାହାର ଚକ୍ଷୁର ସାକାର ନିମନ୍ତେ ମେଡ଼ିସିନ ଦେବା ସହିତ ଆଖି ଯନ୍ତ୍ର ସାହାର୍ଯ୍ୟ ରେ ପରୀକ୍ଷା ନିରୀକ୍ଷଣ କରାଯାଇଥିଲା. ରୋଟାରି ଚକ୍ଷୁ ପରୀକ୍ଷା ନିମନ୍ତେ 4ଜଣ ଡାକ୍ତର ଦୀର୍ଘ ସମୟ ଧରି ପରୀକ୍ଷା ପ୍ରତୀତ୍ୱ କରିଥିଲେ. ଉକ୍ତ ଶିବିରରେ 27ଜଣ କୁ ମାଗଣା ସେବାରେ ଭୁବନେଶ୍ୱର ସ୍ଥିତ ଉଚ୍ଚ ପଦସ୍ତ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି.ସାକେରୀ ଗ୍ରାମ ପଂଚାୟତ ର ସରପଞ୍ଚ ପାୟଲ କୁମାରୀ ପ୍ରଧାନ,
ସମିତି ସଭ୍ୟା ମମତା ପ୍ରଧାନ ଙ୍କ ତତ୍ୱାବଧାନ ରେ ଏଇ ଶିବିର ଅନୁଷ୍ଠିତ ହେବାସହିତ ଅତି ଶୃଙ୍ଖଳା ର ସହିତ ଏହି ଶିବିର ପରିଚାଳନା କରାଯାଇଥିଲା.ସରପଞ୍ଚ ଙ୍କ ପ୍ରତିନିଧି କାହ୍ନୁ ଚରଣ ପ୍ରଧାନ ଙ୍କୁ ପାଖାପାଖି ଦୁଇ ଗୋଟି ପଂଚାୟତ ର ପ୍ରତିନିଧି ମନେ ମଧ୍ୟ୍ୟ ଏଇ ଭଳି କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି. ମୋଟାମୋଟି ଭାବେ ଦେଖିବାକୁ ଗଲେ ପ୍ରତ୍ୟେକ ପଂଚାୟତ ରେ ନିହାତି ଏପରି କାର୍ଯ୍ୟ କରିବା ଜରୁରୀ
0 Comments