ନରସିଂହପୁରରେ ଗର୍ଜ୍ଜିଲେ ୪୦୦ ଅଙ୍ଗନବାଡ଼ି କର୍ମୀ

 



 


ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ,ଭାରତୀୟ ମଜଦୁର ସଙ୍ଘ ନରସିଂହପୁର ଶାଖା ପକ୍ଷରୁ   ନରସିଂହପୁର ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିଥିଲେ । ତେବେ ଏମାନଙ୍କର ମୁଖ୍ୟ ଦାବି ହେଉଛି ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ଅଙ୍ଗନୱାଡି କର୍ମଚାରୀ ଙ୍କୁ ମାସିକ ୧୮ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ବେତନ ପ୍ରଦାନ କରିବା ,ଅଙ୍ଗନୱାଡି କର୍ମଚାରୀ ଙ୍କର   ଇପିଏଫ, ଇଏସଆଇସି ଏବଂ ଗ୍ରାଚୁଇଟ ଲାଗୁ କରିବା,ନୂତନ ଶିକ୍ଷା ନୀତି ରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସସୀମା  ନରଖି ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା,ସହାୟିକା ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ   କର୍ମଚାରୀ ଭାବେ ପ୍ରମୋସନ କରିବା ଦାବି ଗୁଡିକୁ ନେଇ ଆଗାମୀ ଦିନରେ ଭୁବନେଶ୍ୱର ରେ ଲଢେଇ ହେବ ବୋଲି ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ର ସଭାନେତ୍ରୀ ସୁମିତା ମହାପାତ୍ର ଓ ଭାରତୀୟ ମଜଦୁର ସଙ୍ଘ ର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ  ନରସିଂହପୁର ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ର ସଭାପତି କଲ୍ୟାନି ମହାନ୍ତି, ସମ୍ପାଦିକା ରିତାରାଣୀ ରଥ, ୱାର୍କର ଗୀତା ନାୟକ, ମଧୁମିତା ସାହୁ, ଅର୍ଣ୍ଣପୁର୍ଣ୍ଣା ପଣ୍ଡା, ରୋଜି ନାୟକ, ରିନା ରାଣୀ ସାହୁ,ବାସନ୍ତୀ ଦାସ, ଅଞ୍ଜଳି ଶତପଥୀ, ସ୍ୱତପଦ୍ମା ସାହୁ, ମୀନକା ରାଉତ ଙ୍କ ନରସିଂହପୁର ବ୍ଲକ ରୁ ୪୦୦ ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକା ମାନେ ଉପସ୍ଥିତv ରହିଥିଲେ।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।



ବାଇଟ: ଅଙ୍ଗନବାଡି କର୍ମୀ

Post a Comment

0 Comments