ଓସମାସ୍କ ଗ୍ରାମରେ ନିଆଁ ଲାଗି ଜଳିଗଲା ୮ ବଖରା ଘର



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମର ଓସମାସ୍କ ଗ୍ରାମରେ ହଠାତ ନିଆଁ ଲାଗି ଜଳିଗଲା ଆଠୋଟି ଘର . ଏହି ନିଆଁ କେମିତି ଲାଗିଲା ତାର କେହିବି ଟେର ପାଇନଥିଲେ . ହଠାତ ନାଁଆ ବ୍ୟାପିଯାଇଥିଲେ ଯଦ୍ୱାରା ସମସ୍ତ ଘର ପୋଡ଼ିଜାଳି ପାଉଁଶ ହୋଇଯାଇଥିଲା . ନୂଆଗାଁ ଅଗ୍ନିଶମ ଖବର ପାଇ ସେଠାରେ ଯାଇ ପହଂଚି ଥିଲେ .


ନିଆଁ କୁ ଆକଟ କରିବାପାଇଁ ଆପ୍ରାଣ ଆଉଦ୍ୟମ କରିନିଆଁ କୁ ଆକଟ କରିଥିଲେ . ନିଆଁ ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ହେଲେ ଲଷ୍ମୀଧର  ଯାନୀ,ରମେଶ ମଝି ,ଗଣେଶ ମଝି ,ଶ୍ରୀମତୀ ଯାନୀ ,ପ୍ରଫୁଲ୍ଲ ଯାନୀ ,ରାମ ପ୍ରଧାନ ,ରମେଶ ପ୍ରଧାନ ,ମାନିନୀ ପ୍ରଧାନ .ଶୀତୁଆ ରାତିରେ ଏଭଳି ଘରପୋଡ଼ିଆ ଘଟଣା ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି କ୍ଷତିଗ୍ରସ୍ତ ପରିବାର କିଭଳି ଜୀବନ ଅତିବାହିତ କରିବେ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି . 

Post a Comment

0 Comments