ହାତୀ ଉପଦ୍ରବ ,ଚାଷୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ

  


ନୂଆଗାଁ:  କୃଷି ର  ଉନ୍ନତି ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ହାତୀ ମାନଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡ଼ିଯାଉଥିବା ନେଇ ଚାଷୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଏଭଳି ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ଓ ଗୁମି ସେକ୍ସନ ରେ ଦେଖିବାକୁ ମିଳିଛି। ମହିତମା ଓ ଗୁମି ସେକ୍ସନ ଅଧୀନରେ ଥିବା  ସିମିଳି ସାହି,କନ୍ଧ ଖାଲମଡା, ନେଡିସାହି , ମଣ୍ଡାଡ଼ିହ ଆଦି ଗ୍ରାମର ନିକଟରେ ଥିବା ଚାଷ ଜମିରେ ହାତୀ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ନେଡିସାହି ଗ୍ରାମ ର ଭୁବନ ଜାନୀ, ମଣ୍ଡାଡ଼ିହ ଗ୍ରାମ ର ପ୍ରହଲ୍ଲାଦ ମଲ୍ଲିକ ଏବଂ , ସିମିଳି ସାହି ଗ୍ରାମର ଲକ୍ଷ୍ମୀଧର ଜାନୀ , ଦିଲ୍ଲୀପ ଜାନୀ, କନ୍ଧଖାଲମଡ଼ା ଗ୍ରାମର ଭରତ ସାନବଡ଼, ସତ୍ୟଭାମା ଜାନୀ, ସୁବର୍ଣ୍ଣ ପ୍ରଧାନ, ନିରଞ୍ଜନ ମଳିକ ଙ୍କ ଚାଷ ଜମିରେ ହାତୀ ପଲ୍ଲ ପଶି ଧାନ ଫସଲ ଦଳି ନଷ୍ଟ କରିଦେଇଛନ୍ତି।ଯାହାକୁ ନେଇ ଚାଷୀ ମାନଙ୍କ ମୁଣ୍ଡରେ ଚଡ଼କ ପଡିଛି।  ଧାର କରଜ କରି ଚାଷ ଜମିରେ ଧାନ ଚାଷ କରିଥିବା ଚାଷୀ ମାନଙ୍କ ଅବସ୍ଥା ଏବେ କଣ ହେବ ? କେବଳ ଚଳିତ ବର୍ଷ ନୁହେଁ ପ୍ରତି ବର୍ଷ ହାତୀ ପଲ୍ଲ ଆସି ଫସଲ ଉଜାଡି ଦେଉଛନ୍ତି।ଯାହାକୁ ନେଇ ଚାଷୀ ମାନଙ୍କ ଚାଷ ପ୍ରତି ବିମୁଖ ମନୋଭାବ ସୃଷ୍ଟି ହେଉଛି।ହାତୀ ଉପଦ୍ରବ ଯୋଗୁଁ ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମି ପଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି।ହାତୀପଲ୍ଲ ଦ୍ଵାରା ନଷ୍ଟ ହେଉଥିବା ଚାଷୀ ମାନଙ୍କୁ ବିଭାଗ ପକ୍ଷରୁ ଶୀଘ୍ର ସହାୟତା ପ୍ରଦାନ କରିବା ସହ ହାତୀପଲ କୁ ସବୁଦିନ ପାଇଁ ଅଞ୍ଚଳରୁ ଘଉଡ଼ାଇବାର ବ୍ୟବସ୍ଥା କରାଯିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।ଏହି ସମସ୍ୟା ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ  ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଜନ ସାଧାରଣ ରେ ଦାବି ହେଉଛି।

Post a Comment

0 Comments