ଆଠଗଡ / ବହୁ ପ୍ରତିଭାର ଅଧିକାରିଣୀ ଆଠଗଡର ଝିଅ ରୁପଶ୍ରୀ ମ୍ୟାଜିକ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ଆଠଗଡ ପାଇଁ ଗୌରବ ଆଣିଛନ୍ତି।ପର୍ବତ ଆରୋହଣ,ସାଇକେଲ ଚାଳନା,ଦୁଃ ସାହସିକ କ୍ରୀଡା,ସାମାଜିକ କାର୍ଯ୍ୟକ୍ରମ ଓ ଶିକ୍ଷା ଆଦି କ୍ଷେତ୍ର ରେ ସେ ପାରଦର୍ଶିତା ଲାଭ କରିଛନ୍ତି।ସେ ଆନ୍ତର୍ଜାତିକ ମ୍ୟାଜିଶିଆନ ସି.ପି.ଯାଦବଙ୍କ ଦ୍ବାରା ପ୍ରତିଷ୍ଠିତ ମ୍ୟାଜିକ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି।୨୦୧୫ ମସିହାରେ ରୂପଶ୍ରୀ ହିମାଳୟ ପର୍ବତ ଆରୋହଣ କରିବାକୁ ଉଦ୍ୟମ କରି କେତେକାଂଶରେ ସଫଳ ହୋଇଛନ୍ତି। ଏଥି ସହ ବିଭିନ୍ନ ସମୟରେ ମୋଟର ସାଇକେଲ ଚାଳନାକରି ସମଗ୍ର ଓଡ଼ିଶା ଓ ଝାଡ଼ଖଣ୍ଡ ଆଦି ରାଜ୍ୟ ଭ୍ରମଣ କରିସାରିଛନ୍ତି।ନୌକା ଚାଳନା,ଡୁଃ ସାହସିକ କ୍ରୀଡ଼ାରେ ସେ ବହୁ ପୁରସ୍କାର ପାଇଛନ୍ତି।ଏତଦ୍ ବ୍ୟତୀତ ନିକଟରେ ସେ ଉତ୍ତର ପ୍ରଦେଶର ଓ୍ବର୍ଦି ୱେଲନେସ ଫାଉଣ୍ଡେ ସନ୍ ତରଫରୁ ରାଷ୍ଟ୍ରୀୟ ପ୍ରତିଷ୍ଠା ପୁରସ୍କାର ଲାଭ କରିଛନ୍ତି।ସ୍ନାତ୍ତୋକୋତ୍ତର,ଏମବିଏ ଓ ସାମ୍ବାଦିକତା ରେ ଡିଗ୍ରୀ ହାସଲ କରିଥିବା ରୁପଶ୍ରୀଙ୍କର ସମାଜସେବା, ଦୂଃସାହସିକ କ୍ରୀଡା ଓ ଅଭିଯାନ ଓ ଅନ୍ୟାନ୍ୟ କ୍ରୀଡା ପ୍ରତି ରୁଚି ଥିବା ସେ ପ୍ରକାଶ କରିଛନ୍ତି। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments