ଦଶପଲ୍ଲା : - ସ୍ବଚ୍ଛତା ହିଁ ସେବା ଏଥିରେ ଅନୁପ୍ରାଣିତ ହୋଇ ଦଶପଲ୍ଲା ବ୍ଲକ ଦେଢ଼ସର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍କାଉଟ୍ ଓ ସବୁଜ ବାହିନୀ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଫେଇ କାର୍ଯକ୍ରମ । ରବିବାର ଦିନ ବିଦ୍ୟାଳୟ ର ସ୍କାଉଟ୍ ଓ ସବୁଜ ବାହିନୀ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର ଚତୁରପାର୍ଶ୍ଵ ସଫେଇ କରିଥିଲେ । ଏହି କାର୍ଯ୍ଯ କ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ୱେତ କୁମାର ମହାକୁଡ଼ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢା ସହ ନିଜକୁ ସେବା ମାନୋଭାବ ରେ ଅନୁପ୍ରାଣିତ କରି ସେବା କୁ ନିଜର ଧର୍ମ ଓ କର୍ମ ଭାବେ ଗଢି ତୋଳିବା କୁ ଆହ୍ଵାନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କାଉଟ ଶିକ୍ଷକ ଆଲୋକ ସେନାପତି ସୁଚାରୁ ରୂପେ ସମ୍ପାଦନ କରି ଛାତ୍ର ଛାତ୍ରୀ ଙ୍କ ସହ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଆଗାମୀ ଦିନରେ କେବଳ ବିଦ୍ୟାଳୟ ନୁହେଁ ଲୋକଙ୍କ ମଧ୍ୟରେ ସଚେତନ ପାଇଁ ବିଭିନ୍ନ ସମୟ ରେ ଗାଁ କୁ ଗାଁ ବୁଲି ସ୍ବଚ୍ଛତା ହିଁ ସେବା ସମ୍ପର୍କରେ କାର୍ଯକ୍ରମ କରାଯିବ ବୋଲି ସ୍କାଉଟ ଶିକ୍ଷକ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି ।
0 Comments