ଟ୍ରକ କୁ ମାଡକଲା ଯାତ୍ରୀ ବାହି ବସ l ଜଣେ ମୃତ 6 ଗୁରୁତର l ଏଭଳି ଏକ ଦୃଘଟଣା ଦେଖିବାକୁ ମିଳିଛି ଇଟାମାଟି ଥାନା ଭାରତ ପ୍ରେଟୋଲ ଟାଙ୍କି ନିକଟରେ l ମାଣିକେଶ୍ବରୀ ନାମକ ଯାତ୍ରୀ ବାହି ବସ ସବୁଦିନ ପରି ତା ଗତବ୍ୟ ସ୍ଥଳରୁ ବାହାରିଥିଲା l ରାତି ପ୍ରାୟ 3 ଟା ସମୟରେ ନୟାଗଡ ରୁ ଯାତ୍ରୀ ଙ୍କୁ ଓଲ୍ଲାଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା l ଇଟାମାଟି ପ୍ରେଟୋଲ ପମ୍ପ ନିକଟରେ ଏକ ମାଲ ବୋଝେଇ ଟ୍ରକ ଠିଆ ହୋଇଥିଲା l ଯାତ୍ରୀବାହି ବସ ଟି ଟ୍ରକ ପଛ ପାଖରେ ମାଡ଼ କରିଥିଲା l ଇଟାମାଟି ପୋଲିସ 108 ଆମ୍ବୁଲାନ୍ସ ଓ ଅଂଗିସମ ବିଭାଗ ସହାୟତା ରେ 7 ଜଣ ଯାତ୍ରୀ ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ l ଡାକ୍ତର ଜଣେ ଯାତ୍ରୀ କୁ ମୃତ ଘୋଷଣା କରିଥିବା ବେଳେ 2 ଜଣ ଯାତ୍ରୀ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି l
ମୃତ ବ୍ୟକ୍ତି ଜଣଙ୍କ ଅମର ଚାନ୍ଦ ଘର ଜୁନାଗଡ଼ l ଯାହା ଶୁଣିବାକୁ ମିଳୁଛି ସେ ଜଣେ ଶିକ୍ଷକ l ଶିକ୍ଷକ ଆନ୍ଦୋଳନ ରେ ସାମିଲୀ ହେବାକୁ ଯାଉଥିଲେ l ଇଟାମାଟି ପୋଲିସ ୨ଟି ଗାଡିକୁ ଜବତ କରିଛି l
0 Comments