ମୟ ସମୟରେ ମୃତ୍ୟୁ ଏପରି ଆସେ କଳ୍ପନା ମଧ୍ୟ କରିହୁଏ ନାହିଁ ।ଏହି ପରି ଏକ ହୃଦୟ ବିଦାରକ ବାଇକ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସୋନପୁର-ବିନିକା ରସ୍ତା ଧଉରାଖମନ ରାସ୍ତାରେ । ବାଇକ ଟି ଭାରସାମ୍ୟ ହାରଇ ନିର୍ମାଣଧିନ ପୋଲ ଉପରେ ପଶିଯାଇଥିଲା ।ପୋଲ କାମର ବ୍ୟବହାର ହୋଇଥିବା ଲୁହା ଛ଼ଡ ବାଇକ ଆରୋହୀଙ୍କ ମୁହଁ ଦେଇ ମୁଣ୍ଡ ପଛ ପଟେ ବାହାରୀ ଯାଇଛି । ବାଇକ ଅରୋହଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।ବିନିକା ବ୍ଲକ ଘାଟିଜାମପାଲି ଗାଁର ଦିଲ୍ଲିପ ଗଡୁଆ ସୋନପୁର ପଟୁ ନିଜ ଗାଁ ଘାଟିଜାମପାଲି କୁ ଯାଉଥିଲେ ।ଧଉରାଖମନଠାରେ ଏକ ନୂତନ ପୋଲ କାମ ହେଉଛି ।ଭାରସାମ୍ୟ ହରାଇ ବାଇକ ଆରୋହୀ ପୋଲ କାମ ହେଉଥିବା ଉପରେ ପଡିଯାଇଥିଲେ ।ପୋଲର ବ୍ୟବହାର ହେଇଥିବା ଲୁହା ଛଡ ତାଙ୍କ ମୁଣ୍ଡରେ ପଶି ଯାଇଥିଲା ।ସୋନପୁର ଦମକଳ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣିଥିଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ପୋଲିସ ଶବ ଜବତ କରିଛି
0 Comments