ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ କିରିଆଲାଞ୍ଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା

 


ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ କିରିଆଲାଞ୍ଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ , ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରିୟ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି  ସି.ଏଚ.ଓ ଜ୍ୟୋତିର୍ମୟୀ ବେହେରା, ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ  ଶୁଭଶ୍ରୀ ଦାସ ,  ରାଧାନାଥ ମହାପାତ୍ର ଙ୍କ  ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ମେଳା ରେ ବଡ଼ଗୋଠ ସରପଞ୍ଚ ତିଲୋତମା ନାୟକ , ଦୁରୁଦୁରା ସରପଞ୍ଚ ସଂଜୟ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମେଗା ଶିବିରରେ ୫୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଶିଶୁ, ମହିଳା ପୁରିଷଙ୍କୁ ସୁସ୍ଥ ଓ ନିରୋଗ ରହିବା ପାଇଁ ପରାମର୍ଶ ଦେବାସହ ଔଷଧ ପ୍ରଦାନ କରାଯାଇଥିଲା। ଡାକ୍ତର ଦେବୀ ପ୍ରସାଦ ପ୍ରଧାନ, ଡାକ୍ତର ସତୀଶ ନିବେଦନ , ଡାକ୍ତର ଲିପୁନ ବାରିକ, ଆୟୁଷ ଡାକ୍ତର ସାବିତ୍ରୀ ଦେବୀ ପ୍ରମୁଖ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମାଳିସାହି , ମହିପୁର , ଦୁରୁଦୁରା , ଚାହାଳି, ବାଲଣ୍ଡା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ସମସ୍ତ ଚି. ଏଚ. ଓ  ଏବଂ ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଶା, ଅଙ୍ଗନବାଡି କର୍ମୀ ଓ ଯାସ କମିଟିର  ସମସ୍ତ ସଭ୍ୟ ସଭ୍ୟାଙ୍କ  ଶକ୍ତିୟ ସହଯୋଗରେ ଏହି  ମେଗା ସ୍ୱାସ୍ଥ୍ୟ  ମେଳା ଟି ଅନୁଷ୍ଠିତ ହୋଇଥିଲା।

Post a Comment

0 Comments