ନୂଆଗାଁ :- ନୟାଗଡ଼ ଜିଲ୍ଲା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଲୁଣିଷରା ଏବଂ ଶିଙ୍ଗାରପଲ୍ଲୀ ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଲୁଣିଷରା କେନ୍ଦ୍ରରେ ଡାକ୍ତର ସତୀଶ ନିବେଦନ,ଡ଼ . ସାବିତ୍ରୀ ଦାସ ,ଡ଼ .ଚିରଞ୍ଜିବି ବ୍ରମହା ଡ଼. ଏହିପରି ସିଂଗରପଲ୍ଲୀ ସେଣ୍ଟର ମଧ୍ୟରେ ଡ଼. ଲିପୁନ ବାରିକ,ଡ଼ . ରିତେଶ ବଳିୟାରସିଂ ,ଡ଼ . ସୌମେନ୍ଦ୍ର ସାହୁ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା ଦିଦି ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ସେବା ପରିଚାଳିତ ହୋଇଥିଲା | କୁଷ୍ଠ,ଯକ୍ଷ୍ମା, ମେଲେରିଆ ଭଳି 12 ଗୋଟି ରୋଗ ବିଭାଗ ଷ୍ଟଲ କରାଯାଇଥିଲା |
ଏନେଇ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଲୋକଙ୍କୁ ସୂଚନା ଦେବା କିମ୍ବା ଆଶା ଦିଦି ଙ୍କ କାର୍ଯ୍ୟ ହେଲେ ସେ ଯାହାକୁ କହିଥିବେ | | ଲୁଣିଷରା ଉକ୍ତ ଉପକେନ୍ଦ୍ର ଅଧୀନ ୩୦୦ ଏବଂ ଶିଙ୍ଗାରପଲ୍ଲୀ କେନ୍ଦ୍ରରେ ୩୦୯ ଜଣ ରୋଗି ଆସିଥିବା ସୂଚନା ଦେଇଛନ୍ତି ଉକ୍ତ ମେଳାକୁ ପରିଚାଳନା କରୁଥିବା ଅଧିକାରୀ ଡାକ୍ତର ସତୀଶ ନିବେଦନସୂଚନା ଦେଇଥିଲେ |
0 Comments