ନୟାଗଡ଼(କୈଳାଶ ଚନ୍ଦ୍ର ଶିଅ)ରଣପୁର ପ୍ରଜା ଆନ୍ଦୋଳନର ଅନ୍ୟତମ ପୁରୋଧା ଶହୀଦ୍ ଦିବାକର ପରିଡାଙ୍କ ୧୧୨ ତମ ଜୟନ୍ତୀ ସମାରୋହ ଆଜି ନୟାଗଡ କେ.ସି କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଅଧ୍ୟାପିକା ସୌଦମିନି ପାଇକରାୟ ଏହି ସଭାରେ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଆଦିତ୍ୟ କୁମାର ମିଶ୍ର( ଅଧ୍ୟାପକ,ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ), ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏହି ସଭାରେ ଯୋଗଦେଇ ଶହିଦ୍ ଦିବାକର ପରିଡ଼ାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏହାପରେ ସାମ୍ୱାଦିକ, ମା ଫାଉଣ୍ଡେସନ ଓ ଅନନ୍ୟା ଫାଉଣ୍ଡେସନ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏଵଂ ଶେଷରେ ପ୍ରଜାତନ୍ତ୍ର ସାମ୍ୱାଦିକ ଶ୍ରୀଯୁକ୍ତ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments