ସି ୩ ଆନୁକୁଲ୍ୟରେ ବାଲ୍ୟବିବାହ ମୁକ୍ତ ପାଇଁ ୱାଡ଼ ସଭ୍ୟ ସଭ୍ୟା ଙ୍କୁ ଗୁରୁତ୍ବ ପୂର୍ଣ୍ଣ ପ୍ରଶିକ୍ଷଣ


 ସି ୩ ଆନୁକୁଲ୍ୟରେ ବାଲ୍ୟବିବାହ ମୁକ୍ତ ପାଇଁ ୱାଡ଼ ସଭ୍ୟ ସଭ୍ୟା ଙ୍କୁ  ଗୁରୁତ୍ବ ପୂର୍ଣ୍ଣ ପ୍ରଶିକ୍ଷଣ 


ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ବୈଠକ ଗୃହ ଠାରେ ଦିନିକିଆ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ର ୱାଡ଼ ସଭ୍ୟ ସଭ୍ୟା ମାନଙ୍କୁ ନେଇ ୨୫ ନଭେମ୍ବର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ଆଚାର୍ଯ୍ୟ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ରୀନା ସରିତା ଲରେନ୍ସ  , ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ସାହୁ ଯୋଗ ଦେଇଥିଲେ । ବୈଠକ ରେ  ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଏହାର କାରଣ ଓ ନିରାକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟବିବାହ କୁ ରୋକିବା ରେ ନିଜର ଭୂମିକା ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ନିଜ ଅଞ୍ଚଳ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ। 


ଉକ୍ତ ବୈଠକରେ ୧୦ଟି ପଞ୍ଚାୟତ ରୁ ୫୦ଜଣ ୱାଡ଼ ସଭ୍ୟ ସଭ୍ୟା  ଯୋଗଦେଇଥିବା ବେଳେ ୧୦ଜଣ ବ୍ଲକ୍ କର୍ମଚାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସହୋଜୋଗି  ନିକି ପ୍ରଧାନ, ସୁଭାଶିଷ ମିଶ୍ର ,ପ୍ରିୟଙ୍କା ବରାଡ,ପ୍ରସନ୍ନ ବାଘସିଂ ,ଚିନୁମୟ ପ୍ରଧାନ,ସ୍ୱାତିରେଖା ଦାସ, କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ। ଗ୍ରାମାଞ୍ଚଳ ରେ ପ୍ରତେକ ଘରେ ସଚେତନ ତା ର ବାର୍ତ୍ତା ପହଞ୍ଚାଇବା ପାଇଁ ୱାଡ଼ ସଭ୍ୟ ସଭ୍ୟା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବୋଲି ମତ ପ୍ରକାଶ କରିଥିଲେ। ପରିଶେଷରେ ସମସ୍ତେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

Post a Comment

0 Comments