ପୋଖରୀରେ ବୁଡି ୫ ବର୍ଷ ବାଳକର ଚାଲିଗଲା ଜୀବନ.




ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଖଳାମାଡା ଗ୍ରାମରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକି ଅଂଚଳରେ ଶୋକର ଛାୟା ଖେଳିଯାଇଛି. ଘଟଣା ରୁ ଜଣାପଡେ ଖାଲମଡା ଗ୍ରାମର ବିପିନବିହାରୀ ପରିଡାଙ୍କ ପୁଅ ଆୟୁଷ୍ମାନ ପରିଡା ତାଙ୍କ ବାରିରେ ଥିବା ପୋଖରୀରେ ବୁଡି ମୃତୁ ଘଟିଥିବା ଥିଲା. ଘଟଣା ସୂତ୍ରରୁ ଜଣାପଡେ ଆଜି ସକାଳେ ବିବିପିନ ପରିଡା ନିଜ ବାରିକୁ ସରୁ ଖୋଲିବା ପାଇଁ ଯାଇଥିଲେ ପୁଅ ମଧ୍ୟ ତାଙ୍କ ସହିତ ଯାଇଥିଲା. ସେପୁଅକୁ ଘରକୁ ଚାଲିଯାଇବା ପାଇଁ କହିଥିଲେ. ସେଠାରୁ ପୁଅ ଚାଲିଆସିଥିଲା. କାମସାରି ବିପିନ ଘରକୁ ଫେରି ଥିଲେ. କିନ୍ତୁ ପୁଅକୁ ନ ଦେଖି ଘରେ ପଚାରି ଥିଲେ କିନ୍ତୁ ପୁଅ ଘରକୁ ଆସିନାହିଁ କହିଥିଲେ ଘର ଲୋକ. ତାପରେ ପୁଅକୁ ଖୋଜାଖୋଇଜି କରିଥିଲେ. ପୋଖରୀ ପାଖରେ ପୁଅର ଡ୍ରେସ ପଡିଥିବାର ଦେଖି ତାଙ୍କୁ ସନ୍ଦେହ ହୋଇଥିଲା. ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ଡାକି ଫୋଖରୀରେ ଖୋଜାଖୋଜି କରିଥିଲେ ଅଗ୍ନିଶମ ବାହିନୀ ମଧ୍ୟ ଆସିଖୋଜାଖୋଜି କରିବାପରେ ଦୀର୍ଘ୩ ଘଂଟା  ଖୋଜିବା ପରେ ପୋଖରୀ ମଧ୍ୟରୁ ପୁଅକୁ ପାଇଥିଲେ. ପୁଅକୁ ସାଙ୍ଗେ ସାଙ୍ଗେ ନୂଆଗାଁ ଡାକ୍ତର ଖାନାକୁ ନିଆଯାଇଥିଲା ପରେ ସଂଗେ ସାଙ୍ଗେ ମହୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ . 

Post a Comment

0 Comments