ଘଣ୍ଟାପଡ଼ା ମାଁ ସମଲେଶ୍ଵରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଜାପିତ ଫାଇନାଲରେ ବୌଦ୍ଧର ଗେଲ୍ହା ମାଁ ଏଫସି ମେଦିନୀପାଲିକୁ ହରାଇ ଚମ୍ପିଆନ

 



ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ହାଇସ୍କୁଲ ଖେଳ ପଡ଼ିଆଠାରେ  ଚାଲୁଥିବା ୬୩ତମ ମାଁ ସମଲେଶ୍ଵରୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ବୌଦ୍ଧର ଗେହ୍ଲା ମାଁ ଫୁଟବଲ କ୍ଲବ ଫାଇନାଲରେ ଟ୍ରାଇବ୍ରେକର ଜରିଆରେ ମେଦିନୀପାଲିକୁ ୪ -୩ଗୋଲରେ ପରାସ୍ତ କରି ଚଳିତ ୨୦୨୨ର ପ୍ରଥମଥର ଚମ୍ପିଆନ ହୋଇଛି l ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ମେଦିନୀପାଲି ଓ ବଲାଙ୍ଗିର ଏଫ୍ସି ମଧ୍ୟରେ ହୋଇଥିବା ଖେଳରେ ୧-୦ ଗୋଲବ୍ୟବଧାନରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲା l ଦ୍ୱିତୀୟ ସେମିଫାଇନାଲରେ ବୌଦ୍ଧଗେଲ୍ହା ମାଁ ଫୁଟବଲ ଦଳ ସହିତ କୋଶଳ ଏଫସି ମଧ୍ୟରେ ଖେଳ ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ଶେଷରେ ଟ୍ରାଇବ୍ରେକର ଜରିଆରେ ୪-୩ଗୋଲରେ ବୌଦ୍ଧ ବିଜୟୀ ହୋଇ ଫାଇନାଲ ଖେଳିଥିଲା l ଫାଇନାଲରେ ବୌଦ୍ଧଗେଲ୍ହା ମାଁ ଓ ମେଦିନୀପାଲି ମଧ୍ୟରେ ହୋଇଥିବା ଖେଳରେ ଟ୍ରାଇବ୍ରେକରରେ ୪-୩ଗୋଲରେ ପରାସ୍ତ କରି ଚମ୍ପିଆନ ଟ୍ରଫି ହାସଲ କରିଥିଲା l ମେଦିନୀପାଲିକୁ ଉପ-ବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା l ଆଜିର ଏହି ମ୍ୟାଚ ଗୁଡ଼ିକରେ ମୂଖ୍ୟଅତିଥିଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ l ସେହିପରି ସମ୍ମାନିତ ଅତିଥିଭାବେ କଣ୍ଟମାଳ ବିଧାୟକଙ୍କ ପ୍ରତିନିଧି ସୀତାଂଶୁ ରଣା ଓ ଘଣ୍ଟାପଡ଼ା ସରପଞ୍ଚ ଶ୍ରୀମତୀ ରିତା କଅଁରମିଳିତ ଭାବେ ଉପ-ବିଜେତା ଦଳକୁ ଟ୍ରଫି ସହ ନିର୍ଦ୍ଧାରିତ ରାଶି ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ଭାବେ କଣ୍ଟାମାଳ ବ୍ଲକ୍ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କଣ୍ଟାମାଳ ବ୍ଲକ୍ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଞ୍ଚଳ ଭୋଇ, ଘଣ୍ଟାପଡ଼ା ଜମିଦାର ବସନ୍ତ ମାଝୀ, ବରିଷ୍ଟ ଓକିଲ ମନୋଜ ଶର୍ମା, ଶିକ୍ଷାବିତ ତଥା ଉଦ୍ ଘୋଷକ ମନ୍ଦର ଧର ବେହେରା ,  ଟିମ୍ ମ୍ୟାନେଜର ବସୁଦେବ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l


ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚକୁ ରେଫରୀ ସଂଜୀବ ସାହୁ, ଲାଇନ୍ସମ୍ୟାନ ଭାବେ ଅଶୋକ ବଗର୍ତ୍ତୀ ଓ ସୁଶାନ୍ତ ନାଏକ ଖେଳ ପରିଚାଳନା କରିଥିଲେ ଏବଂ ଘଣ୍ଟାପଡ଼ା ଫୁଟବଲ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଏହି ଅଞ୍ଚଳର ଖେଳ ପ୍ରେମୀ ବହୁତ ସଂଖ୍ୟା ରେ ଯୋଗ ଦେଇ ଖେଲଟିକୁ ଉପଭୋଗ କରିଥିଲେ l ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l 

Post a Comment

0 Comments