ଜଗନ୍ନାଥପ୍ରସାଦରେ ସାମନ୍ତ ସାଂସଦ ସ୍ବାସ୍ଥ୍ୟ ଶିବିର

 



ନୂଆଗାଁ ବ୍ଲକ ସୋରଡା ପଂଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ତରଫରୁ ସାମନ୍ତ ସାଂସଦ ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୭୦୦ରୁ ଉର୍ଦ୍ଧ୍ବ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା


ସହ ମାଗଣା ଔଷଧ ନେଇ ଯାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ କୁମାର ଦଳବେହେରା, ବ୍ଲକ ପ୍ରତିନିଧି ବିଜୟ କୁମାର ଶାସମଲ, ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ସୋରଡା ସରପଂଚ ଫକୀର ମୋହନ ସାହୁ, ସମିତିସଭ୍ୟ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତତସହିତ ଡ଼ ଚାନ୍ଦିନୀ ମିଶ୍ର, ଡ଼ କେ. ଏସ. ସଙ୍ଗୀତା, ଡ଼ ସଙ୍ଗୀତା ପ୍ରଧାନ, ଫାର୍ମାଶିଷ୍ଟ ଦେବଦତ ନାୟକ, ଆସିଷ୍ଟାଣଟ ବିଷ୍ଣୁ ଚରଣ ପ୍ରଧାନ ଉପସ୍ଥିତ ଥିଲେ।

Post a Comment

0 Comments