ଆଠଗଡ ଅବକାରୀ ବିଭାଗ ଚଢାଉ କରି ୩୩ଗୋଟି ଜାରକିନ ରେ ଥିବା ୧୪୦୦ ଲିଟର ବେଆଇନ ଦେଶୀ ମଦ ଜବତ



 ଆଠଗଡ ଅବକାରୀ ବିଭାଗ ତରଫରୁ ଆଜି ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର - ଜାତମୁଣ୍ଡିଆ ମହାନଦୀ ସେତୁ ଉପରେ ଚଢାଉ କରି ୩୩ଗୋଟି ଜାରକିନ ରେ ଥିବା ୧୪୦୦ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି।ଆଜି ମଧ୍ୟାହ୍ନ ରେ ଏକ ପିକପ୍ ଭ୍ୟାନ ବେଆଇନ ଦେଶୀ ମଦ ଆଠଗଡ଼ ଥାନା ନଡୁଆପଡା ଅଞ୍ଚଳ ରୁ ପରିବହନ କରି ବାଙ୍କୀ ଥାନା ଯାତମୁଣ୍ଡିଆ ଆଡ଼କୁ ନେଇ ଯାଉଥିଲା।କୌଣସି ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ଅଧକାରୀମାନେ ପିଛା କରି OD 05 BE 9885 ମଦ ବୋଝେଇ ଗାଡ଼ିକୁ ଜବତ କରି ଚାଳକ ବିଶ୍ୱଜିତ୍ ବେହେରା କୁ ଗିରଫ କରିଛନ୍ତି।ତାକୁ ବାଙ୍କୀ SDJM କୋର୍ଟ କୁ ଚାଲାଣ କରାଯାଇଛି।ଆଠଗଡ ଅବକାରୀ ନିରୀ୍ଷକ କେଶବ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏହି ଚଢାଉ କରାଯଇଥିଲା। ଆଠଗଡ ରୁ ମହେଶ ଚନ୍ଦ୍ର ଦାସ ଙ୍କ ରିପୋର୍ଟ।

Post a Comment

0 Comments