ଜ଼ିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବୌଦ୍ଧ ବ୍ଲକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ମୋହନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ , ନେହେରୁ ଯୁବ କେନ୍ଦ୍ର ଆସମାନ ମହାକୁଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଜ୍ଞାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ ଏବଂ ସମ୍ବିଧାନର ସୁରକ୍ଷା ଓ ସମ୍ମାନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଯୁବ ରେଡ଼କ୍ରସ କାଉନସେଲର ଅଶୋକ କୁମାର ପାଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ, ନେହେରୁ ଯୁବ କେନ୍ଦ୍ରର ବୌଦ୍ଧର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପ୍ରବୀଣା କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l
0 Comments