ଆଠଗଡ/ କଟକ ଜିଲ୍ଲା ନରସିଂହପୁର ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହୟିକା ୮ ଦଫା ଦାବିନେଇ ଏସ ଡି ପି ଓ ଅଫିସ ଆଗରେ ଦେଇଥିବା ଧାରଣା ଓ ବିକ୍ଷୋଭ ନବମ ଦିନରେ ପହଁଚିଛି...!ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା କର୍ମୀଙ୍କୁ ମାସକୁ ବେତନ ୧୮ ହଜାର ଓ ସହାୟିକା ଙ୍କୁ ୧୦ ହଜାର ଟଙ୍କା ପ୍ରଦାନ ମିନି ଅଙ୍ଗନବାଡି କର୍ମୀ ଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ଭାବେ ଘୋଷଣା କରି ଇପିଏଫ, ଇ ଏସ ଆଇ ପ୍ରଦାନ ଆଦି ଦାବିକୁ ନେଇ ୨୧୮ ଟି ବ୍ଲକ ର ଅଙ୍ଗନବାଡି କର୍ମୀ ମାନେ ଭିକ୍ଷୋଭରେ ସାମିଲ ହୋଇଥିଲେ...! ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ସରକାର ଙ୍କୁ ଚେତାବନୀ ଦିଆଯାଇଛି। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments