ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଆଠଗଡ ଥାନା ଅନ୍ତର୍ଗତ ବଡ଼ଭୁଇଁ ଗ୍ରାମର ୪୬ ବର୍ଷ ବୟସ୍କ ସରୋଜ କୁମାର ଦାସ ଗତ ଦେଢ଼ ବର୍ଷ ହେଲା କିଡିନ ରୋଗରେ ପୀଡ଼ିତ ହୋଇ ଛନ୍ତି।ତାଙ୍କର ଦୁଇଟି ଯାକ କିଡ଼ିନ ନଷ୍ଟ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡ଼ାଇଲିଶିସ ରେ ବଞ୍ଚିଛନ୍ତି।କିଡିନ ପ୍ରତିରୋପଣ ଜରୁରୀ ହୋଇ ପଡ଼ିଛି।ପ୍ରଥମେ କଟକ ବଡ଼ ଡ଼ାକ୍ତରଖାନା ଓ ଏବେ କିମ୍ସ ରେ ସପ୍ତାହକୁ ତିନି ଥର ଡ଼ାଇଲିଶିଷ କରିବାକୁ ପଡୁଛି।ଥରକୁ ସାତ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଗାଁରେ ପାନ ଦୋକାନ କରି ଜୀବିକା ନିର୍ବାହ କରୁଥିବା ରାଜୀବଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳି ଥିବା ବୀମା ଅର୍ଥ ଶେଷ ହୋଇ ଯିବା ପରେ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଙ୍କ ଆର୍ଥିକ ସହାୟତାରେ ଚିକିତ୍ସା ଚାଲିଛି,ଯାହାକି ଆଉ ସେମାନଙ୍କ ନିକଟରୁ ଆଉ ମିଳିବା କଷ୍ଟକର ବ୍ୟାପାର ହୋଇ ପଡ଼ିଲାଣି। ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଅର୍ଥ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
କିଡନୀ ପ୍ରତିରୋପଣ ବେଳେ ସେ ଆର୍ଥିକ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାଜିବଙ୍କ ଧର୍ମପତ୍ନୀ ଲକ୍ଷ୍ମୀ।ମାନ୍ୟବର ମୁଖ୍ୟ ମନ୍ତ୍ରୀ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କୁ ସାହାଯ୍ୟ ପାଇଁ ତାଙ୍କ ସହଧର୍ମିଣୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।ରାଜୀବ ଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।ପୁଅ +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ପାଠ ରେ ଡୋରି ବନ୍ଧା ହୋଇଛି।ସେହିପରି ଝିଅ ତା ପିଉସୀ ପାଖରେ ରହି ପାଠ ପଢ଼ିବାକୁ ବାଧ୍ୟ ହୋଇଛି। ତେଣୁ ରାଜିବଙ୍କୁ କେହି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ତାଙ୍କ ଜୀବନର ନୂଆ ଆଲୋକ ଦେଖିବେ ବୋଲି ସେ କହିଛନ୍ତି। ଆଠଗଡରୁ
ମହେଶ୍ ଦାସଙ୍କ ରିପୋର୍ଟ।
0 Comments