ତୁମାଣ୍ଡି ହାଇସ୍କୁଲ ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

 


 ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ ଠାରେ ରବିବାର ଦିନ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ କରାଯାଇଛି। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଂ ଦ୍ବାରା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। କିମସ୍ ହସ୍ପିଟାଲ ବରିଷ୍ଠ ଓ ଅଭିଞ ଡାକ୍ତରଂକ ଦ୍ବାରା ସ୍ୱାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା। ଦିବସ ବ୍ୟାପୀ ବିଭିନ୍ନ ଅଂଚଳରୁ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ। ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଶିବିର ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ସଭ୍ଯ ସତ୍ୟଭାମା ନାୟକ , ସରପଞ୍ଚ ମୀତାରାଣୀ ମାଝୀ, ସମିତିସଭ୍ୟା ଅନୁପମା ମଳିକ , ସାଂସଦ ପ୍ରତିନିଧି ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦଶପଲ୍ଲା ବ୍ଳକର ପୂର୍ବତନ ଅଧ୍ଯକ୍ଷ ଉପେନ୍ଦ୍ର କୁମାର ସାହୁ, ଗଣିଆଁ ବ୍ଳକର ପୂର୍ବତନ ଅଧ୍ଯକ୍ଷ ଶେଷଦେବ ସ୍ୱାଇଁ ଓ ସଦାଶିବ ମିଶ୍ର ପ୍ରମୁଖ ଶିବିରକୁ ସଂଯୋଜନା କରିଥିଲେ। ତୁମାଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ବିଷ୍ଣୁ ନାରାୟଣ ଷଡଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ-କର୍ମଚାରୀ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ବେଶ୍ ଖୁଃସି ବ୍ଯକ୍ତ କରିବା ସହିତ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କୁ କ୍ରୁତଞତା ଜଣାଇଛନ୍ତି।

Post a Comment

0 Comments