କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳ ଖାଇ ଛକ୍ ନିକଟରେ ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ହୋଇ ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଡାକ୍ତର ବାଇକ୍ ଚାଳକ ଙ୍କୁ ମୃତ୍ ଘୋଷଣା କରିଛନ୍ତି। ବାଇକ୍ ଚାଳକ ହେଲେ ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ସୁକାନ୍ତ ବେହେରା(୨୮ ବର୍ଷ)।
![]() |
(ସୁକାନ୍ତ ବେହେରା) |
ମୃତକ ଜଣେ ଯୁବସମାଜ ସେବୀ ଭାବେ ପରିଚିତ ଥିବାରୁ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଡାଳଖାଇ ଛକ୍ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ , କିନ୍ତୁ କଟକ ବଡ଼ ଡ଼ାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଦେଇଥିଲା। ଆଠଗଡ ଥାନା ଅଧିକାରୀ ବାମଦେବ ସ୍ଵାଇଁ ପହଞ୍ଚି ଲୋକଙ୍କୁ ବୁଝା ସୁଖା କରିବା ପରେ ଶାନ୍ତ ପଡିଥିଲା ପରିସ୍ଥିତି।ଆଠଗଡ ରୁ ମହେଶ ଚନ୍ଦ୍ର ଦାସ ଙ୍କ ରିପୋର୍ଟ
0 Comments