କୋୖଶୋର ସ୍ୱାସ୍ଥ୍ୟ ଶିକ୍ଷାର ତାଲିମ୍ ଉଦଯାପିତ

 


ବୌଦ୍ଧ କଣ୍ଟାମାଳ :ତା 26/11/22ରିଖ ( ବାସୁଦେବ ଷାଣ୍ଢ ):ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଠାରେ ଆଦ୍ୟ ତା 26/11/22ରୁ ଆରମ୍ଭ ହୋଇ 27/11/22 ରିଖ ଦୁଇ ଦିନ ଧରୀ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କଣ୍ଟାମାଳ ଠାରେ YCDA କଣ୍ଟାମାଳ କୋୖଶୋର ସ୍ୱାସ୍ଥ୍ୟ ଶିକ୍ଷା ଉନ୍ନତି କାର୍ଯ୍ୟକ୍ରମ ତରଫରୁ ରିଫ୍ରେସର ତାଲିମ୍ ଅନୁଷ୍ଠିତ ହୋଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାମାଳ ଖଲିଆପାଲି ପଞ୍ଚାୟତ ର 72 ଜନ କୌଶୋର ତାଲିମ୍ ନେବାପାଇଁ ଅଂଶଗ୍ରହଣ କରିଥିଲେ l ତାଲିମ୍ କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ YCDA ର ଆଞ୍ଚଳିକ କ୍ଷେତ୍ରକର୍ମୀ ବିଳାସିନୀ ପାତ୍ର ସମସ୍ତ ଙ୍କୁ ସ୍ବାଗତଂ ଜଣାଇ  ତାଲିମ୍ ର ଲକ୍ଷ ଉଦେଶ୍ୟ ବିଷୟରେ ବୁଝାଇ ଥିଲେ l ଏହାପରେ ତାଲିମ୍ ଜୀବନ କୌଶଳ ଭିତ୍ତିକ କୋୖଶୋର ସ୍ୱାସ୍ଥ୍ୟ ଶିକ୍ଷାର  ଉନ୍ନତି ଉପରେ ବ୍ଲକ ସଂଯୋଜିକା କୋୖଶୋର ମାନେ କଣ ଶିଖିବା ପାଇଁ ଆସାରଖିଛନ୍ତି ତାହା ପଚାରି ବୁଝି ଥିଲେ l ତାପରେ YCDÁବଲାଙ୍ଗୀର ର ଆଞ୍ଚଳିକ କ୍ଷେତ୍ର କର୍ମୀ ରାନୁରଞ୍ଜିତା ମହାନ୍ତି ତାଲିମକୁ ଆଗେଇ ନେଇ ଥିଲେ l ତାଲିମ୍ ର ମୁଖ୍ୟ ବିଷୟ ଥିଲା l ଯୌନ ପ୍ରଜନନସ୍ୱାସ୍ଥ୍ୟ ଅଧିକାରୀ, ବାଲ୍ୟ ବିବାହ, ଶିଶୁ ଓ କୋୖଶୋର ଅଧିକାରୀ, କୋୖଶୋରବସ୍ଥାରେ ଶାରୀରିକ ମାନସିକ ପରିବର୍ତ୍ତନ, ମାସିକ ଋତୁସ୍ରାବ ସ୍ୱଛତା ପରିଷ୍କାର ପରିଚ୍ଛନତା, ଶୁଷମ ଖାଦ୍ୟ, ପୁଅ ଝିଅ ମଧ୍ୟରେ ପ୍ରଭେଦ, ମାଦକ ଦ୍ରବ୍ୟର କୂପରିମାଣ ଇଣ୍ଟରନେଟ ର ବ୍ୟବହାର ଓ ଅପବ୍ୟବହାର,କାର୍ଯ୍ୟ ନିର୍ବାହ ପନ୍ଥାର ନିଷ୍ପତ୍ତି, ସରକାରୀ ଯୋଜନାରେ ସାମିଲ କରିବା l

ଶେଷରେ YCDA ର ଆଞ୍ଚଳିକ କ୍ଷେତ୍ର କର୍ମୀ ବିଳାସିନୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ତାଲିମ୍ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ l


ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ

Post a Comment

0 Comments