ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ସଂଘ ର କର୍ମକର୍ତ୍ତା ଚୟନ ।





ଦଶପଲ୍ଲା : - ଡିଜିଟାଲ ମିଡିଆ ସଂଘ ମହାବୀର କ୍ଷେତ୍ର ଦଶପଲ୍ଲାର କର୍ମକର୍ତ୍ତା ଚୟନ , ରବିବାର ଦିନ ମହାବୀର ଖୋଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିଜିଟାଲ ମିଡ଼ିଆ ସଂଘର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ୫ଜଣିଆ କର୍ମକର୍ତ୍ତା ଚୟନ କରିଛନ୍ତି । ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କ ନିଷ୍ପତି କ୍ରମେ ଡିଜିଟାଲ ମିଡିଆ ସଙ୍ଘର ସଭାପତି ଭାବେ ସର୍ବଶ୍ରୀ ଚିତ୍ତ ରଞ୍ଜନ ମିଶ୍ର ସଭାପତି, ରଞ୍ଜନ କୁମାର ଦାସ ଉପ-ସଭାପତି, ପ୍ରିୟବ୍ରତ ଆଚାର୍ଯ୍ଯ ସମ୍ପାଦକ, ଶାନ୍ତନୁ କୁମାର ନାୟକ ସହ-ସମ୍ପାଦକ, ଜନ୍ମେଜୟ ଆଚାର୍ଯ୍ୟ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ପ୍ରଫୁଲ କୁମାର ସାହୁ ଓ ଯୁଗଳ କିଶୋର ମୁଦୁଲିଙ୍କୁ ମନୋନୀତ କରାଯାଇଥିଲା। ସୂଚନା ଥାଉକି ୩ /୧୦/ ୨୦୨୧ମସିହାରେ ପ୍ରଥମ ଥର ପାଇଁ ଡିଜିଟାଲ ମିଡିଆ ସଂଘ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟକାଳ ଏକ ବର୍ଷ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସଭ୍ୟ ଭାବରେ ଶ୍ରୀଧର ସାହୁ, ସୁବାଷ ବାରିକ, ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିବାବେଳେ, ଶାନ୍ତନୁ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments