ଶିକ୍ଷକ ନିଯୁକ୍ତି ଲାଗି ଶିକ୍ଷା ଜିଲ୍ଲା ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଆବେଦନ . ଶିକ୍ଷକ ନିଯୁକ୍ତି କୁ ନେଇ ଅସନ୍ତୋଷ

 





ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିକ୍ରିଡ଼ା ଗ୍ରାମପଂଚାୟତ ମଧ୍ୟରେ ନବନିର୍ମିତ ସାରକରୀ   ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ କୃଷ୍ଣ ପ୍ରସାଦ ସିକ୍ରିଡ଼ା ସ୍କୁଲ ରେ ଶିକ୍ଷକ ନୁଯୁକ୍ତିକୁ ନେଇ ଅବିଭାବକ ମହଲରେ ଆସନ୍ତି ଦେଖା ଦେଇଛି . ସୂଚନା ମୁତାବକ ଏହିଁ ବିଦ୍ୟାଳୟଟି ମଧ୍ୟରେ ପତ୍ର ସଂଖ୍ୟା ୧୪୪୪ ତା  10.08.2022 ଅନୁଯାଇ 16.08.2022 ଦିଅନା ସ୍କୁଲ ରେ ନବମ ଶ୍ରେଣୀରେ ୧୮ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଥିଲେ .କିନ୍ତୁ ଶିକ୍ଷକ ଅଭାବରୁ ଶିକ୍ଷା କାର୍ଯ୍ୟରେ ବ୍ୟାଘାତ ଦେଖା ଦେଇଛି . ସେଥିପାଇଁ ସ୍କୁଲ ପରିଚାଳନା କମିଟି ଅଭିଭାବକ ଏକତ୍ରିତ ଭାବରେ ଲିଖୀତ  ଓ ମୌଖିକ ଅଭିଯୋଗ କରିଥିଲେ . ସେ ମୁତାବକ ୧୨.୧୦.୨୨ ଠାରୁ ସପ୍ତାହକୁ ୩ଜଣ ଶିକ୍ଷକ କାର୍ଯ୍ୟକରିବା ପାଇଁ  ନିଯୁକ୍ତି ହେଲେ . କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଲେ . ସୂଚନା ମୁତାବକ ବିଦ୍ୟାଳୟରେ ନିୟମିତ ଶିକ୍ଷକ ନିଯୁକ୍ତି ହେବ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ  ପାଠ ପଢାଇବେ ଏହି  ନିର୍ଦେଶ ଶିକ୍ଷା ନିର୍ଦେଶକ ଓଡିଶା ନିର୍ଦେଶ ଦେଇଥିଲେ . 
ମାତ୍ର ଦୁଇମାସରୁ ଉର୍ଧ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି କରାଯାଇନାହିଁ . ସେଥିପାଇଁ ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ବହୁତ ବ୍ୟଘାତ ହେଉଛି ଯାହାକି ପିଲାଙ୍କ ମାନସିକତା ଉପରେ କଠୋର ଆଘାତ ଦେଉଅଛି . ଯାହାକି ବିଦ୍ୟାଳୟ କମିଟି ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି .ତେଣୁ ସେମାନେ ନିଷ୍ପତି ନେଇଛନ୍ତି ଯଦି ୦୨.୧୧.୨୦୧୨ ମଧ୍ୟରେ ଜଣେ ଲେଖାଏଁ ବିଜ୍ଞାନ ,କଳା .ସଂକୃତ ଶିକ୍ଷକ ନିଯୁକ୍ତି  କରା ନଯାଏ  ତେବେ ତା ହେଲେ ଅନିର୍ଦିଷ୍ଟ କାଳପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ . ବିଦ୍ୟାଳୟର ପରିଚାଳନା ତ୍ରୁଟି ପାଇଁ ଆପଣ ଦେଇ ରହିବେ . ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲୁ ସେ ମଧ୍ୟ ସେ ସମସ୍ୟା  କହିଥିଲେ କେବଳ ଜଣେ ବିଜ୍ଞାନ ଶିକ୍ଷକ ସପ୍ତାହକ ମଧ୍ୟରେ ୩ଦିନ ଆସୁଛନ୍ତି ଯାହାକି ପାଠ ପଢାପାଇଁ ଅତ୍ୟଧିକ ହେଉନାହିଁ . ଏହି ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ବାଧ୍ୟ ହୋଇ ବିଦ୍ୟାଳୟ କମିଟି ଅଭିଭାବକ ଗାନ ଧାରଣା ଦେବା ପାଇଁ ନିଷ୍ପତି ନେଇ ଅଛନ୍ତି

Post a Comment

0 Comments