ଆଠଗଡ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

       


    ଆଠଗଡ/  ଆଠଗଡ଼ ବ୍ଲକ ସମ୍ମିଳନୀ କକ୍ଷ ରେ ଆଠଗଡ ମହୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଠଗଡ଼ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଥିଲା।   ଆଠଗଡ଼ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆଗାମୀ ଡ଼ିସେମ୍ବର ୧୫ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ କରିବାକୁ ସ୍ଥିର କରାଗଲା।ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ସ୍ବେଛାସେବୀ ସଂସ୍ଥା ଗଡଜାତ ପରିକ୍ରମା ଦ୍ଵାରା ଗଡଜାତ ମହୋତ୍ସବ ପାଳନ କରାଯାଉଥିବା ରାଜନୈତିକ କାରଣରୁ ଆଠଗଡ଼ ପ୍ରଶାସନ ଅନୁମତି ନ ଦେବା କାରଣରୁ ୨୦୧୫ ମସିହାରୁ ଏହା ବନ୍ଦ ହୋଇଗଲା।

ତେବେ ବାଙ୍କୀ,ଖୁଣ୍ଟୁଣୀ ଆଦି ସ୍ଥାନରେ ମହୋତ୍ସବ ପାଳନ ହେଉଥିବାରୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଉଦ୍ୟମରେ ଆଠଗଡ଼ ରେ ଏହାକୁ ପାଳନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। କ୍ରୀଡା,ସାହିତ୍ୟ,କଳା ଆଦି କ୍ଷେତ୍ରକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି କରାଯାଇଥିଲା।ଆଠଗଡ ଉପଖଣ୍ଡ ସୂଚନା ଅଧିକାରୀ ଅଲେଖ ବିହାରୀ ଦାସ ସ୍ୱାଗତ ଭାଷଣ ଦେବା ସହ ସଭାକୁ ସଂଯୋଜନା କରିଥିଲେ। ଆଠଗଡ଼ ତହସିଲ ଦାର ପ୍ରିୟବ୍ରତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର, ଆଠଗଡ଼ ଵିଗ୍ୟାଂପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସସ୍ମିତା ରାଉତ,ଉପାଧ୍ୟକ୍ଷ ବି.ଶୁଭ୍ର ଶଙ୍କର ଜ୍ୟୋତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ନାଥ ଜେନା ଓ ବିଧାୟକଙ୍କ ବ୍ଲକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସଭା ମଞ୍ଚ ରେ ଉପସ୍ଥିତ ଥିଲେ।ଏହି ପ୍ରସ୍ତୁତି ବୈଠକ ରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି,ତିନିଗୋଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ,ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର,ପୂର୍ବତନ କାଉନସିଲର ଉପସ୍ଥିତ ଥିଲେ।ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments