ନୂଆଗାଁ ସଦର ତହସିଲଦାରଙ୍କୁ ଦୃର୍ବ୍ୟବହାର କରି ବାଲିମାଫିଆ ବନ୍ଧା ହେବା ଘଟନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟନା ସୂତ୍ରରୁ ଜଣାପଡେ ଉଦୟପୁର ପଞ୍ଚାୟତର ଶିଖରଗୋଛା ଗ୍ରାମର ଜଣେ ବ୍ୟକ୍ତି ଜେକି ବେଆଇନ ଭାବରେ ବାଲି ଚୋରା ଚାଳନ କରୁଥିବାର ଖବର ପାଇ ରାଜସ୍ୱ ବିଭାଗର ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଛି ଥିଲେ । ସେଠ ରେ ରାଜସ୍ଵ ଅଧିକାରୀ ନୂଆଗାଁ ତହସିଲଦାର ଓ ଅତିରିକ୍ତ ତହସିଲ ଦାରଆକ୍ରୋଶର ଶିକାର ହୋଇଥିଲେ । ଏ ନେଇ ନୂଆଗାଁ ଥାନାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ବାଲି ମଫିଆ ଗୋବିନ୍ଦ ଚନ୍ଦ୍ର ବେହେରଙ୍କୁ ନୂଆଗାଁ ପୋଲିସ ଗିରଫ କରି ଗତକାଲି ତାଙ୍କୁ କୋଟଚାଳନ କରାଯାଇଛି । ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରା ସୂଚନା ଦେଇ ଅଛନ୍ତି ।
0 Comments