କନ୍ଧମାଳ ଜ଼ିଲ୍ଲା ଟିକାବାଲି ପଂଚାୟତ ଅନ୍ତର୍ଗତ ଟିପାରିଗାଁ ରେ ଅନୁଷ୍ଠିତ ହୋଇଯାଇଛି ଗାଁ ପଲ୍ଲୀ ସଭା l ଉକ୍ତ ପଲ୍ଲୀସଭା ରେ ୱାର୍ଡ ମେମ୍ବର ବସନ୍ତ କୁମାର ଡିଗାଲ ସଭାପତିତ୍ୱ କରିଥିବା ବେଳେ ସରପଞ୍ଚ ଶ୍ରୀ ଯୁକ୍ତ କୁନ୍ଦୁରୁ ମଲ୍ଲିକ ଓ ପଂଚାୟତ ସଂପ୍ର ସାରଣ ଅଧିକାରୀ ଶ୍ରୀ ଯୁକ୍ତ ସୁରେଶ ପରିଛା ଉପସ୍ଥିତି ଜନସାଧାରଣ ଙ୍କୁ ପଲ୍ଲୀ ସଭାରେ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଏ ମେଜିଏନ ଏରଜିଏସ ଓ ସି ଏଫ ସି, ଏସ ଏଫ ସି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରେଇଥିଲେ ଏବଂ ଟିପାରୀଗାଁ ଗ୍ରାମର ଉର୍ନତି ପାଇଁ ଯୋଜନା ଓ ଆକ୍ସନ ପ୍ଲାନ କରିବାକୁ କହିଥିଲେ ସେଥିମଧରୁ ସାମୁହିକ କାର୍ଯ୍ୟ ତିରିଶି ଗୋଟି ଓ ବ୍ୟକ୍ତିଗତ କାମ ପ୍ରାୟ ପଚାଶ ଜଣଙ୍କର ଉର୍ନତ କାର୍ଯ୍ୟକ୍ରମ କରିବାକୁ ଚିଠା ପ୍ରସ୍ତୁତି କରାଯାଇ ତୁରନ୍ତ କାର୍ଯ୍ୟ ସଫଳ ପାଇଁ ପଦକ୍ଷେପ ନେବାକୁ ସରପଞ୍ଚ ମହୋଦୟ ଙ୍କୁ ଦୃଷ୍ଟିଆକର୍ଷଣ କରିଥିଲେ l ଏଥିରେ ହେମନ୍ତ ଡିଗାଲ,ପ୍ରୋମଦ ମଲ୍ଲିକ, ଲଲାଟ ମଲ୍ଲିକ, ସାମାଜିକ କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗଲ, ରମାକାନ୍ତ ଡିଗାଲ, କେଦାର ଡିଗାଲ, ସୁଶାନ୍ତ ଡିଗାଲ, ପ୍ରତାପ ଡିଗାଲ, କେଶବ କହଁର, ପ୍ରମୁଖ ବ୍ୟକ୍ତି ବୃନ୍ଦ ପ୍ରକୃତ ଗରିବ ଲୋକଙ୍କୁ ସରକାରୀ ସୁବିଧା ରୁ ବଂଚିତ ନ କରି ଇନ୍ଦିରାବାସ ଘର, ଭତା, ଫାର୍ମଫଣ୍ଡ, ସି ସି ରୋଡ, ହାଡ଼ିବନ୍ଧ, ମଣ୍ଡପ, ଓ ଟିପାରିଗାଁ ର ମୁଖ୍ୟତଃ ମୁଣ୍ଡା ସାହି ର ସାହୀନ ଡ୍ରାପୁ ଠାରୁ ସଂଯୋଗ ହୋଇଥିବା ଟିପାରିଗାଁ, କାଲ୍ଟି ମେଣ୍ଡି, ବପଲ ମେଣ୍ଡି, ଗ୍ରାମ ସହିତ ପ୍ରତିବନ୍ଦକ ସାଜିଥିବା ସିକେର ଯୋଡି ରେ ବ୍ରିଜ଼ ନିର୍ମାଣ କରିବା ସହିତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ଲୋକ ମାନେ। ରାଇକିଆ ରୁ ଜଗଦୀଶ ଦାଶ
0 Comments