ଆଠଗଡ/ ବଜ୍ରାଘାତ ଫଳରେ ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତ ଜାନିସାହି ଗ୍ରାମର କମଳ ଲୋଚନ ସାହୁ ୬୦ବର୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ବିକ୍ରମ ସିଠ ୫୪ ବର୍ଷ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଉଭୟ ଜାନିସାହି ଗ୍ରାମ ନିକଟସ୍ଥ ଗୁଦୁରିଖାଇ ଜଙ୍ଗଲ କୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା।ଫଳରେ ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଜିଲିଣ୍ଡ ମେଡ଼ିକାଲରେ ଭର୍ତିହୋଇଥିଲେ। ଡାକ୍ତର କମଳଙ୍କୁ ମୃତ ଘୋଷଣା କରିଛନ୍ତି। ବିକ୍ରମ ଚିକିତ୍ସିତ ହେଉଥିବା ଜଣାପଡିଛି। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments