ମୁଦୁରାଙ୍ଗ ଠାରୁ ନୂଆଗାଁ କୁ ସଂଯୋଗ କରୁ ଥିବା ରାସ୍ତାରେ ଆଣ୍ଠୁ ଏ ଆଣ୍ଠୁଏ ଖାଲ,

 


ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ମଧ୍ୟ୍ୟରେ ଥିବା ଆରଡ଼ି ରାସ୍ତା ଯାହାକି ମୁଦୁରାଙ୍ଗ ଠାରୁ ନୂଆଗାଁ କୁ ସଂଯୋଗ କରିଛି. ଏହି ରାସ୍ତା ଦେଇ ସ୍କୁଲ ଛାତ୍ର ଛାତ୍ରୀ, ବ୍ୟବସାୟୀ, ଗ୍ରାମବାସୀ ପ୍ରତେକ ଦିନ ଯାତାୟାତ କରନ୍ତି. କୁନ୍ତୁ ଏବେ ସେ ରାସ୍ତା ପାଲଟିଛି ମରଣ ଯନ୍ତା. ରାସ୍ତା ମଝିରେ ଆଣ୍ଠୁ ଏ ଆଣ୍ଠୁ ଏ ଖାଲ ଯାହାକି ମରଣ ଜନ୍ତା ଠାରୁ ଆହୁରି ଭୟଙ୍କର. ଏହି ରାସ୍ତାରେ ଯାତାୟାତ କରୁଥିବା ଜନସାଧରଣ ବହୁସମୟରେ ଦୃଘଟଣା ରେ ପଡୁଛନ୍ତି. କିନ୍ତୁ ପ୍ରଶ୍ନ ଉଠୁଛି ବ୍ଲକ ଠାରୁ ୨ କିଲୋମିଟର ଦୂରରେ ଥିବା ପଞ୍ଚାୟତ ମଧ୍ୟରେ ଥିବା ରାସ୍ତାର ଏପରି ଦୃଶ୍ୟ ଟା ହେଲେ ବ୍ଲକ ଠାରୁ ଦୂରରେ ଥିବା ଗ୍ରାମର ରାସ୍ତା କିପରି ହୋଇଥିବ ଚିନ୍ତା କରନ୍ତୁ. ଗ୍ରାମାଞ୍ଚଳର ଉର୍ନତି ପାଇଁ ବହୁ ଚେଷ୍ଟା ଚାଲିଥିବା ବେଳେ ପ୍ରଶାସନ ଏବଂ ଅଞ୍ଚଳର ନେତୃ ବୃନ୍ଦଙ୍କ ଆଖି ଆଢୁଆଳରେ ଥାଇ ମଧ୍ୟ କାହାର ଚିନ୍ତା ନାହିଁ. ଦେଖା ଯାଉ ପ୍ରଶାସନର କେବେ ନିଦ ଭାଙ୍ଗୁଛି ଏହି ରାସ୍ତାର ମରାମତି ପାଇଁ.

Post a Comment

0 Comments