ମାଣିଆବନ୍ଧରେ ଦୁଇ ଭାରତୀୟ ରାଷ୍ଟ୍ରଦୂତ,ସାମଗ୍ରୀର ମାନ ଓ ଡିଜାଇନର ବିକାଶ ପାଇଁ ପରାମର୍ଶ


 ଆଠଗଡ/  ମାଣିଆବନ୍ଧ  ଅଞ୍ଚଳରେ ଉତ୍ପାଦନ ହେଉଥିବା ହସ୍ତତନ୍ତ ତଥା ବାନ୍ଧ କାମର ମାନ (kwality) ଓ ଡିଜାଇନର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି ଭାରତର ଦୁଇ ରାଷ୍ଟ୍ରଦୂତ। ଏହା ହୋଇ ପାରିଲେ ଏଠିକାର ହସ୍ତତନ୍ତ ସାମଗ୍ରୀ ବିଦେଶକୁ ରପ୍ତାନି ହେବାରେ କିଛି ସମସ୍ୟା ରହିବନି ବୋଲି କହିଛନ୍ତି।ଏଠିକାର ହସ୍ତତନ୍ତ ତଥା ବାନ୍ଧ ସାମଗ୍ରୀ ଏବଂ ବୁଣାକାର ମାନଙ୍କ ତନ୍ତସାଳା ଓ କାର୍ଯ୍ୟଦେଖି ଦୁଇ ଭାରତୀୟ ରାଷ୍ଟ୍ରଦୂତ ଖୁସିବ୍ୟକ୍ତ କରିଛନ୍ତି,ସ୍ପେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଦିନେଶ ପଟ୍ଟନାୟକ ଏବଂ ଗୁଏଟ୍ ମାଲାରେ ଥିବା ଭାରତର ରାଷ୍ଟ୍ରଦୂତ ମନୋଜ ମହାପାତ୍ର । ଏହି ଦୁଇ ରାଷ୍ଟ୍ର ସୋମବାର ମାଣିଆବନ୍ଧାରେ ପହଞ୍ଚି ଅଭିମାନ ପୂର୍,ମହୁଲିଆ ଆଦି ଗ୍ରାମ ତଥା କ୍ଲଷ୍ଟର ପରିଦର୍ଶନ କରିବା ସହ ବୁଣାକାର ମାନଙ୍କ ସହ ମତ ବିନିମୟ କରିଥିଲେ ଏବଂ ସେମାନଙ୍କ ତନ୍ତଶାଳା ଦେଖିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଦେଖିଥିଲେ।ତେବେ ଏହି ଅଞ୍ଚଳରେ ସମସ୍ତଙ୍କ ଘରେ ତନ୍ତ ଶାଳା ଥିବା ଏବଂ ପରିବାରର ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖି ଆନନ୍ଦ ପ୍ରକାଶ କରିଥିଲେ। ଏପରିକି ଏହା ଉକ୍ତ ଅଂଚଳରେ କୁଟୀର ଶିଳ୍ପ ରେ ପରିଣତ ହୋଇଥିବା କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସେମାନେ ଉକ୍ତ ଅଁଚଳକୁ ଆସିଥିବା ପ୍ରକାଶ କରିଥିଲେ। ରାଷ୍ଟ୍ରଦୂତ ମାନେ ନିଜ ନିଜ ରାଜ୍ୟରେ ଥିବା ଉତ୍ପାଦର ଅବସ୍ଥା କଣ ଅଛି,ତାହା କିପରି ବିଦେଶକୁ ରପ୍ତାନି ହୋଇ ପାରିବ,ସେଥିପାଇଁ ଆମେ ରାଜ୍ୟକୁ କଣ ସାହାଯ୍ୟ କରି ପାରିବା , ଏ ସମ୍ପର୍କରେ ଏକ ରିପୋର୍ଟ ଦେବାକୁ ପ୍ରଧାନମନ୍ତ୍ରୀ ଚାହିଁ ଥିବାରୁ ଏହି ଦୁଇ ରାଷ୍ଟ୍ରଦୂତ ଏଠାକୁ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ସେମାନେ ଯାହା ଦେଖିଲେ ,ସେ ସମ୍ପର୍କରେ ରାଜ୍ୟ ସରକାର ତଥା ବିଭିନ୍ନ ବିଭାଗ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁବିସ୍ତୃତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ ରାଷ୍ଟ୍ରଦୂତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ରାଷ୍ଟ୍ରଦୂତ ଙ୍କୁ ବଡମ୍ବା ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ ଦିଆଯାଇଥିଲା।ଏହି ଦୁଇ ଅତିଥି ପ୍ରଥମେ ବୌଦ୍ଧ ଉପାସନା କେନ୍ଦ୍ରକୁ ଯାଇ ପ୍ରଭୁ ବୁଦ୍ଧ ଙ୍କ ଦର୍ଶନ ତଥା ପୂଜାର୍ଚ୍ଚନା କରିଥିଲେ। ଏହାପରେ ଅତିଥି ଦ୍ୱୟଙ୍କୁ ମାଣିଆବନ୍ଧ ବୁଦ୍ଧ ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରକୁ ପାଛୋଟି ନେଇଥିଲେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ସମେତ ବୌଦ୍ଧ ଧର୍ମା ଲମ୍ବୀ ମାନେ। ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସମେତ ବୁଦ୍ଧଙ୍କ ଫଟୋ ,ଉପଢୌକନ ଆଦି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ସ୍ଥାନୀୟ ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବଡମ୍ବା ବ୍ଲକ ଅଧ୍ୟକ୍ଷ   ରଘୁପତି ମହାନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମଞ୍ଚାସିନ ଥିବା ବେଳେ   ବିଭିନ୍ନ ବିଭାଗର ଅଧିକାରୀ  ଏବଂ ଦଳୀୟ କର୍ମକର୍ତ୍ତା,ଲୋକପ୍ରତିନିଧି ଉପସ୍ଥିତ ଥିଲେ।

Post a Comment

0 Comments