ଆଠଗଡ/ ଦୀପାବଳି ଠାରୁ ଆରମ୍ଭ ହୋଇଛି ତିଗିରିଆ ନିଜିଗଡରେ ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା। ଗ୍ରାମରେ ୧୭ ଗୋଟି ପୂଜା ମଣ୍ଡପରେ ମୃଣ୍ମୟ ପ୍ରତିମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଅନୁକୂଳ ପାଣିପାଗ ଯୋଗୁଁ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇଛି ଲାଗି ରହିଛି । ୯ ଦିନ ବ୍ୟାପୀ ଯାତ୍ରା ହେବା ପରେ ଆସନ୍ତା ୨ ତାରିଖ ରେ ସାମୁହିକ ମେଢ଼ ଭସାଣ ପର୍ବ ଅନୁଷ୍ଠିତ
ହେବ ବୋଲି ଶାନ୍ତି କମିଟି ପକ୍ଷରୁ ଜଣାପଡ଼ିଛି ।ଗ୍ରାମର କାଳୀ ପୂଜା କମିଟି, ଉପର ଗଡ଼, ବଡ଼ଦାଣ୍ଡ ସାହି, ବ୍ରାହ୍ମଣ ସାହି, ନୂଆସାହି, ନୂଆସାହି (୧),ପାଖ ଲୋକ ସାହି, ମଝୀ ସାହି, ମହାରାଜା କ୍ଲବ, ଗାନ୍ଧୀ ସାହି, ପନ୍ଥେଇ ସାହି, ମହାବୀର ବଜାର ପୂଜା କମିଟି ପକ୍ଷରୁ ମୃଣ୍ମୟ ପ୍ରତିମାଙ୍କ ମାଧ୍ୟମରେ ବିଭିନ୍ନ ପୌରାଣିକ ଦୃଶ୍ୟପଟ୍ଟକୁ ପ୍ରତିଫଳନ କରାଯାଇଛି । ସୁସଜ୍ଜିତ ମଣ୍ଡପ ଓ ସାହିଗଳିରେ ରଙ୍ଗିନ ଆଲୋକମାଳା ଓ ୧୨ଗୋଟି ଆଲୋକ ତୋରଣରେ ସନ୍ଧ୍ୟା ପରେ ଗ୍ରାମଟି ଝଲସି ଉଠୁଛି । ତିଗିରିଆ ଓ ବାଙ୍କୀ ଉତ୍ତର କୁଲାଟ , ବଡ଼ମ୍ବା ,ଆଠଗଡ଼ ସହିତ ଢେଙ୍କାନାଳ ଅଞ୍ଚଳରୁ ଗ୍ରାମରେ ହଜାର ହଜାର ଲୋକଙ୍କ ସମାଗମ ପ୍ରତି ସନ୍ଧ୍ୟାରେ ଲlଗି ରହିବା ଫଳରେ ନିଜିଗଡ଼ ର ପ୍ରସିଦ୍ଧ କାଳୀପୂଜା ଦୁଲୁକୁଛି l ଗାନ୍ଧୀ ସାହିରେ ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଅସ୍ଥାୟୀ ଆଧ୍ୟତ୍ମିକ ଶିବିର ରେ ଆଧ୍ୟତ୍ମିକ ବାର୍ତ୍ତା ର ପ୍ରଦାନ ଜାରି ରହିଛି l
ମହାବୀର ବଜାର ଠାରୁ ରାଜବାଟି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ବ୍ୟବସାୟୀ ନିଜ ନିଜର ଅସ୍ଥାୟୀ ଦୋକାନ ବଜାର ଖୋଲିଛନ୍ତି l ଗାନ୍ଧୀ ମଇଦାନ ଓ ରାଜବାଟି ରେ ପଡିଥିବା ମୀନା ବଜାର ଓ ବିଭିନ୍ନ ପ୍ରକାର ଦୋଳି ର ମଜା ଯାତ୍ରାରେ ଲୋକ ମାନେ ଉଠାଇବା ସହିତ ବହୁ ଚଟପଟୀ ଖାଦ୍ୟର ମଜା ମଧ୍ଯ ଲୋକ ମାନେ ଉଠାଉ ଥିବାର ଦେଖି ବାକୁ ମିଳିଛି l
୨ ତାରିଖ ଦିନ ଗ୍ରାମରେ ସାମୁହିକ ଭସାଣ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାରେ ଶାନ୍ତି କମିଟି ଓ ପ୍ରଶାସନ ପକ୍ଷରୁ ନିଜିଗଡ଼ ବାସୀ ଓ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଶାନ୍ତି କମିଟି ପକ୍ଷରୁ ପ୍ରତି ପୂଜା କମିଟି ରେ ସ୍ଵେଚ୍ଛାସେବୀ ସହ ତିଗିରିଆ ବ୍ପୁଲିସ ପକ୍ଷରୁ ଅଧିକ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି ।ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments