ଗୁଗୁଲ ପ୍ଲେଷ୍ଟୋରରୁ ହଟାଇଲା ଏହି ୧୩ଟି ବିପଦଜ୍ଜନକ ଆପ୍;

 


McAfee Mobile Research Team ଏହି ଆପ୍ସକୁ ନେଇ ରିସର୍ଚ୍ଚ କରିଥିଲା । ଯେଉଁଥିରୁ ଏହି ରିପୋର୍ଟ ସାମ୍ନାକୁ ଅସିଛି । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଗୁଗୁଲ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ସଗୁଡିକୁ ପ୍ଲେ ଷ୍ଟୋରରି ହଟାଇ ଦେଇଛି ।

ଏହି ବିପଜ୍ଜନକ ଆପଗୁଡ଼ିକ କ୍ରମାଗତ ଭାବରେ ବ୍ୟବହାର ହେଉଥିବା ବେଳେ ଅନେକ ଲୋକେ ଏହି କାରଣରୁ ଠକାମିର ଶିକାର ମଧ୍ୟ ହେଉଥିଲେ । କାରଣ ଏହି ଆପ୍ସଗୁଡୁକ ସାଇବର କ୍ରାଇମ ପାଇଁ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ଜଣାପଡିଛି । ଫଳରେ ଗୁଗୁଲ ଏହି ୧୩ ବିପଜ୍ଜନକ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଯଦି ଆପଣ ଏହି ଆପ୍ସଗୁଡିକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିଛନ୍ତି ତେବେ ତୁରନ୍ତ ଏହି ଆପ୍ସଗୁଡିକୁ ନିଜ ଫୋନରୁ ଅନଇନଷ୍ଟଲ କରିଦିଅନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିବା ଆପ୍ସ ବିଷୟରେ ।

ଏହି ଆପ୍ଲିକେସନ୍ ଗୁଡିକ ଡିଲିଟ୍ କରନ୍ତୁ ।ଯଦି ଆପଣଙ୍କ ଫୋନରେ ହାଇ ସ୍ପିଡ୍ କ୍ୟାମେରା, ସ୍ମାର୍ଟ ଟାସ୍କ, ଫ୍ଲାସ୍ ଲାଇଟ୍ +, ମେମୋ କ୍ୟାଲେଣ୍ଡର, ଇଂରାଜୀ-କୋରିଆନ୍ ଡିକ୍ସନାରୀ, ବୁସାନବସ୍, କୁଇକ୍ ନୋଟ୍ସ, ସ୍ମାର୍ଟ କରେନ୍ସି କନଭର୍ଟର, ଜାଇକୋଡ୍, ଏଜଡିକା, ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଡାଉନଲୋଡର୍, ଏଜ୍ ନୋଟ୍ସ କିମ୍ବା ଇମେଜ୍ ଭାୟୁଲ୍ଟ ହାଇଡ ଇମେଜ ଆଦି ଆପ ଡାଉନଲୋଡ କରିଥିଲେ ଏହାକୁ ତୁରନ୍ତ ନିଜ ଫୋନରୁ ଡିଲେଟ କିମ୍ବା ଅନ ଇନଷ୍ଟଲ କରନ୍ତୁ ।


Post a Comment

0 Comments