ସରପଞ୍ଚଙ୍କ ଦାଦାଗିରି, ରାଜ ରାସ୍ତାରେ ସଂଘବଦ୍ଧ ଆକ୍ରମଣ

 



ଆଠଗଡ : କଟକ ଜିଲ୍ଲା ଅନ୍ତର୍ଗତ କାନପୁର ଥାନା ଅଧିନ ଋଷିପଡା ଛକ ନିକଟରେ ରବିବାର ଦିନ ଜଣେ ଯୁବକଙ୍କୁ ହୋଇଛି ସଂଘବଦ୍ଧ ତଥା ମରଣାନ୍ତକ ଆକ୍ରମଣ। ଆକ୍ରମଣ କରିଛନ୍ତି ଶାସକ ଦଳର ଜଣେ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ। ଏ ସମ୍ପର୍କରେ କାନପୁର ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି।ସୂଚନା ଅନୁସାରେ,କାନପୁର ଥାନା ଅଧିନ ବାସେଳିହତା ଗ୍ରାମର ଅର୍ଜ୍ଜୁନ ପ୍ରତିହାରୀଙ୍କର ପୁଅ ପ୍ରଶାନ୍ତ କୁମାର ପ୍ରତିହାରୀ ନିଜ ଅସୁସ୍ଥ ମାଆ ଙ୍କୁ ଚିକିତ୍ସା କରିବା ନିମନ୍ତେ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଉଥିଲେ। ଏହି ସମୟରେ ଶାସକ ବିଜୁ ଜନତା ଦଳ ସମର୍ଥିତ ବାସେଳିହତା ସରପଞ୍ଚ କଳିଙ୍ଗ କେଶରୀ ମହାଳିକ(ଶିବ) ପିତା ବିଦ୍ୟାଧର ବିଶ୍ଵାଳ ଋଷିପଡ଼ା ଛକ ରେ ପ୍ରଶାନ୍ତଙ୍କୁ ଅଟକାଇ ଥିଲେ। ପୂର୍ବ ରୁ ଥିବା ରାଜନୈତିକ ଶତ୍ରୁତା ରଖି ଯୁବକଙ୍କ ଉପରେ ସରପଞ୍ଚ ଶ୍ରୀ ଶିବ ମହାଳିକ ଆକ୍ରମଣ କରିଥିଲେ।ଏକ ବାଉଁଶ ଦଣ୍ଡା ଦ୍ଵାରା ଆକ୍ରମଣ କରି ତାଙ୍କୁ ପ୍ରବଳ ମାଡ଼ ମାରି ମୁଣ୍ଡ, ଗୋଡ଼ ଓ ହାତ ଆଦି ଖଣ୍ଡିଆ ଖାବରା କରିଥିଲେ । ଏହି ଆକ୍ରମଣ ବେଳେ ସରପଞ୍ଚଙ୍କ ସହିତ ତାଙ୍କର କିଛି ସମର୍ଥକ ମଧ୍ୟ ସାମିଲ ଥିଲେ।ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଉକ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଲେ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ।ସରପଞ୍ଚଙ୍କ ଆକ୍ରମଣରେ ଯୁବକଜଣକ ରକ୍ତାକ୍ତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ।

ଏପରି କାଣ୍ଡ ଭିଆଇଥିବା ସରପଞ୍ଚ ଓ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ସେ ଶାସକ ଦଳର ସରପଞ୍ଚ ହୋଇଥିବାରୁ ପୋଲିସକୁ ଭୟ ନକରି ଖୁଲମଖୁଲା ବୁଲୁଥିବା ଅଭିଯୋଗ ହେଉଛି। ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହେଉଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ଘଟିଛି। କେବଳ ସେତିକି ନୁହେଁ ଯୁବକ ଙ୍କର ମୁଣ୍ଡ ରେ ସରପଞ୍ଚ ପିସ୍ତଲ ଲଗାଇଥିବା ବେଳେ ତାଙ୍କର ସହଯୋଗୀ ଜଣେ ୱେବ ସାମ୍ବାଦିକ ମଧ୍ୟ ଏକ ମାଉଜର ଦେଖାଇ ସେହି ସ୍ଥାନରେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।ଏପରିକି ଯୁବକ ଙ୍କର ରୋଗିଣୀ ମା' ଶାନ୍ତିଲତା ପ୍ରତିହାରୀ ପ୍ରତିବାଦ କରିବାରୁ ତାଙ୍କ ଶାଢ଼ୀ କୁ ଟାଣି ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ ଓ ରେପ୍ କରିବାକୁ ଧମକ ଦେଇଥିଲେ ବୋଲି ଗୁରୁତର ଅଭିଯୋଗ ହୋଇଛି। ତାଙ୍କୁ ମାଡ଼ ମାରି ସେଠାରୁ ଜବରଦସ୍ତ ଧକା ମାରିମାରି ନେଇ ନିକଟସ୍ଥ ଏକ ହୋଟେଲ ରେ ଅଟକ ରଖି ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା କରିବାର ଧମକ ହୋଇଥିଲା।ସରପଞ୍ଚ ଶିବ ମହାଳିକ ଓ ୱେବ ସାମ୍ବାଦିକ ସୁବାସ ପଣ୍ଡା ଏବଂ ତାଙ୍କର କିଛି ସହଯୋଗୀ ଉକ୍ତ ଯୁବକଙ୍କୁ ଅଶ୍ଳୀଳ ଭାଷା ରେ ଗାଳି କରିବା ସହ ସିଧା ମର୍ଡର କରିଦେବି ବୋଲି ତାକୁ ଧମକ ଦେଇଥିଲେ । ସରପଞ୍ଚ ଙ୍କର ଖାସ ଅନୁଗାମୀ ତଥା ଗୁଣ୍ଡା ଶ୍ରେଣୀୟ ସହଯୋଗୀ ମାନୁ ଧଳ,ଲଲାଟ ମହାଳିକ,ସିପା ମହାଳିକ, ଅଶ୍ୱିନୀ ମହାଳିକ,ସୁନୀଲ ବାରିକ, ଅଜିତ ବାରିକ ମଧ୍ୟ ବିଭିନ୍ନ ମାରଣାସ୍ତ୍ର ଧରି ଯୁବକଙ୍କୁ ପିଟିବା ସହ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ମର୍ମରେ କାନପୁର ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ଆକ୍ରମଣର ଶିକାର ଯୁବକ ପ୍ରଶାନ୍ତ କାନପୁର ଥାନାରେ ଏକ ଏତଲା ଦେଇଥିବା ବେଳେ କାଉଣ୍ଟର ଏତଲା ସରପଞ୍ଚ ଶିବ ମହାଳିକ ଦେଇଛନ୍ତି । ଉଭୟ ଙ୍କର ମାମଲା ଆଧାର ରେ କାନପୁର ଥାନା ଅଧିକାରୀ 159/22 ଓ 160/22 ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ସୂଚନା ଦେଇଛନ୍ତି। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments