ଲୋକାର୍ପଣ ହେଲା ଆଠଗଡ ସରକାରୀ ବସଷ୍ଟାଣ୍ଡ

 


ଆଠଗଡ/ ବହୁ ପ୍ରତିକ୍ଷିତ ଆଠଗଡ ନୂତନ ବସଷ୍ଟାଣ୍ଡ ଗୁରୁବାର ଲୋକାର୍ପଣ ହୋଇଯାଇଛି।ରାଜ୍ୟ ନଗରଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବସ ଷ୍ଟାଣ୍ଡ କୁ ଲୋକାର୍ପଣ କରିଥିବା ବେଳେ ଆଠଗଡ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମ୍ମାନିତ ଅତିଥି,ରାଜ୍ୟ ସଡକ ପରିବହନ ନିଗମର ପରିଚାଳକ ବିଶିକେଶନ ଦେହୁରୀ, ଆଠଗଡ଼ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ବାଇଁ, ଆଠଗଡ଼ ପୌର ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପ ପୌର ଅଧ୍ୟକ୍ଷ ବି.ଶୁଭ୍ର ଶଙ୍କର ଜ୍ୟୋତି ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।ତିନି କୋଟି ଅଠାବନ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବସ ଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଉଦଘାଟନର କିଛି ଦିନ ପୂର୍ବରୁ ଏହାର ପ୍ରାଚୀର ଓ କାନ୍ଥ ଆଦି ଫାଟି ଯାଇଥିଲା।ସାଧାରଣରେ ଓ ଗଣ ମାଧ୍ୟମରେ ଏଥିପାଇଁ ସମାଲୋଚନା ହୋଇଥିଲା।ପରେ ତରବରିଆ ଭାବରେ ଏହାକୁ ମରା ମତି କରାଯାଇଥିଲା।ପୂର୍ବରୁ ଅତିଥି ମାନଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା। ଏହି ବସ ଷ୍ଟାଣ୍ଡ ରାଜ୍ୟର ଅନ୍ୟ ବସ ଷ୍ଟାଣ୍ଡ ଅପେକ୍ଷା ନିଆରା। ଅଶି ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଆଠଗଡ ବିଧାୟକଙ୍କ ଦ୍ଵାରା ନିର୍ମାଣ କରାଯାଇ ଲୋକାର୍ପଣ କରାଯାଇଥିଲା। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments