ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିଆରା ପ୍ରୟାସ*






ଦୀର୍ଘ ପନ୍ଦର ଧରି ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ ଜାରି ରଖିଥିବା ଅନନ୍ୟା ଫାଉଣ୍ଡେସନ୍ ଆଜି ଖଣ୍ଡପଡାର ବିଭିନ୍ନ ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳ ସଫେଇ କରିଥିଲା । ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟମାନେ ଖଣ୍ଡପଡାର ଜଗନ୍ନାଥ ମନ୍ଦିର, ଖଳିସାହିର ହନୁମାନ ମନ୍ଦିର, ମର୍ଦ୍ଦାରଜପୁରର ବନଦୁର୍ଗା ମନ୍ଦିର ଓ କଣ୍ଟିଲୋ ନୀଳମାଧବ ପୀଠ ମାରାଥନ ସଫେଇ କରିଥିଲେ। କାର୍ତ୍ତିକ ମାସ ଶେଷ ସୁଦ୍ଧା ଅନୁଷ୍ଠାନର ସଭ୍ୟ ମାନେ ଜିଲ୍ଲାର ୧୦୦ଟି ମନ୍ଦିର ପରିସର ସଫେଇ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ପଲିଥିନ୍ ଓ ପ୍ଲାଷ୍ଟିକ ବର୍ତ୍ତମାନ ସମୟରେ ପର୍ଯ୍ୟାବରଣ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଅନୁଷ୍ଠାନର ସଦସ୍ୟ ମାନେ ବିଭିନ୍ନ ମନ୍ଦିରରେ ଆବର୍ଜନା ସୃଷ୍ଟି କରୁଥିବା ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ଏକାଠି କରି ବୈଜ୍ଞାନିକ ପ୍ରଣାଳୀରେ ଏହାକୁ ନଷ୍ଟ କରୁଛନ୍ତି।






ଏହି ସଫେଇ କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ସ୍ୱେଚ୍ଛାସେବୀ ମାନଙ୍କ ଆଗ୍ରହ ପରିଲକ୍ଷିତ ହେଉଛି। ଅନୁଷ୍ଠାନର ମହିଳା ସଦସ୍ୟ ମାନେ ସକାଳୁ ନିଜ ନିଜର ବ୍ୟକ୍ତିଗତ କାମ ସାରି ଦିନ ତମାମ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପଲିଥିନ ବନ୍ଦ କରିବା ପାଇଁ ମନ୍ଦିର କମିଟି ମାନଙ୍କୁ ଅନୁରୋଧ କରାଯାଉଛି। ମନ୍ଦିର ଗୁଡିକରେ ପଲିଥିନ ବନ୍ଦ ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଏକ ବିକଳ୍ପ ବ୍ୟବସ୍ଥାର ପନ୍ଥା କରାଯିବ ବୋଲି ସୂଚନା ମିଳିଛି

Post a Comment

0 Comments