ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଥାନା ଅଧିନ ଚକ୍ରପ୍ରସାଦ ପଟଣାରେ ଏକ ତରଫା ପ୍ରେମ ସମ୍ପର୍କକୁ ନେଇ ଅର୍ଦ୍ଧରାତିରେ ବୋମା ମାଡ଼ ହୋଇଛି। ତେବେ ଚକ୍ର ପ୍ରସାଦ ପାଟଣା ଗ୍ରାମର ପ୍ରମୋଦ ରାଉତ ଙ୍କର ଘରେ ହୋଇଛି ବୋମାମାଡ଼। ରାତି ପ୍ରାୟ ୧ଟା ସମୟରେ ହଠାତ ସେହି ଗ୍ରାମର ଜଣେ ଯୁବକ ପ୍ରମୋଦ ଙ୍କର ଘର ଉପରକୁ ବୋମା ଫିଙ୍ଗିଥିଲେ।ଫଳରେ ପ୍ରମୋଦଙ୍କର ଘର ର କବାଟ ଓ ତାଙ୍କର ବାଇକ କ୍ଷତିଗ୍ରସ୍ତ ହୋଇଛି। ପରିବାର ପକ୍ଷରୁ ନରସିଂହପୁର ଥାନା ରେ ଅଭିଯୋଗ ପରେ ପୁଲିସର ଅନୁସନ୍ଧାନ ଜାରି ରହିଛି। ଏକ ତରଫା ପ୍ରେମ ସମ୍ପର୍କକୁ ନେଇ ଏହିଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।ପୁଲିସ ତଦନ୍ତ ଜାରି ରହିଛି। ତେବେ ଘଟଣା ପରେ ସ୍ଥାନୀୟ ଅଂଚଳରେ ଚପା ଉତ୍ତେଜନା ଲାଗି ରହିଛି
0 Comments