ପ୍ରଶାସନର ପ୍ରତିଶୃତି ପ୍ରତାରଣା ରେ ପରିଣତ,ପ୍ରତିବାଦରେ ଅନଶନରେ ବସିଲେ ଦିବ୍ୟାଙ୍ଗ ଦମ୍ପତି

 


ଆଠଗଡ/ ଗତମାସ ୧୪ ତାରିଖରେ ଆଠଗଡ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ତିଗିରିଆ ବ୍ଲକ୍ ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ଦିବ୍ୟାଙ୍ଗ ଦମ୍ପତି  ଶୁକ୍ରବାର (ଆଜି)ପୁନର୍ବାର ଅନଶନରେ ବସିଛନ୍ତି। ଉପଜିଲ୍ଲାପାଳ ତଥା ପ୍ରଶାସନର ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଥିବା ଅଭିଯୋଗ କରି ରଞ୍ଜନ କୁମାର ରାଉତ  ଏବଂ ତାଙ୍କ ପତ୍ନୀ ମୀନା ରାଉତ ଅନଶନରେ ବସିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଘଟଣା ସ୍ଥଳକୁ ଆସି ତାଙ୍କ ଦାବୀ ପୂରଣ ନ କଲେ ସେମାନେ ଅନଶନ ରୁ ଉଠୀବେ ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଅନଶନରେ ବସିଥିବା ଏହି ଦମ୍ପତ୍ତି ଙ୍କ ସହ ଆଲୋଚନା କରି ବିଫଳ ହୋଇଛନ୍ତି। ତେବେ ଅନଶନ କରିବାକୁ ଆସିଥିବା ଏହି ଦିବ୍ୟାଙ୍ଗ ଦମ୍ପତ୍ତି ପାଖରେ ପେଟ୍ରୋଲ ଏବଂ ଦିଆସିଲି ରଖି ଆବଶ୍ୟକ ହେଲେ ଆତ୍ମାହୁତି ଦେବା କହିବା ପରେ ପୁଲିସ ସେମାନଙ୍କ ଠାରୁ ସେ ସବୁ ଛଡାଇ ନେଇଛି। ସୂଚନା ଯୋଗ୍ୟ ଯେ,ଏହି ଦମ୍ପତି ଉଭୟ ଦିବ୍ୟାଙ୍ଗ ଥାଇ ଆତ୍ମ ନିର୍ଭର ପାଇଁ ଚାକିରୀ ଖଣ୍ଡିଏ ହେଉ ବା ବ୍ୟବସାୟ ପାଇଁ ଆବଶ୍ୟକ ଋଣ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ଅର୍ଥ ଅଭାବରୁ ସେମାନେ ଭୋକଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଣେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ। ତେଣୁ ଏହି ଦମ୍ପତି ଗତମାସ ୧୪ ତାରିଖରେ ଏହି ଦାବିରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ତିଗିରିଆ ବିଡ଼ିଓ ଙ୍କ ସହ ଆଲୋଚନା କରି ଏହି ଦମ୍ପତିଙ୍କ ରୋଜଗାର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବାପରେ ଏହି ଦମ୍ପତି ଧାରଣା ପ୍ରତ୍ୟାହାର କରିନେଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ପ୍ରତରଣରେ ପରିଣତ ହେବାରୁ ଏହି ଦମ୍ପତି ଆମରଣ ଅନଶନ କରିବା ସହ ଆବଶ୍ୟକ ହେଲେ ଆତ୍ମାହୁତି ଦେବା ଭଳି ଚରମ ପଦକ୍ଷେପ ନବାକୁ ଚେତାବନୀ ଦେଇଛନ୍ତି।                      ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments