ଆଠଗଡ/ ବୈଦେଶିକ ରାଷ୍ଟ୍ରଦୂତଙ୍କ ଆଗମନ ପାଇଁ ମାଣିଆବନ୍ଧ୍ ରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନା ଯୋଗ୍ୟ ଯେ,ହସ୍ତତନ୍ତ ତଥା ପାରମ୍ପରିକ ବୌଦ୍ଧ ଗ୍ରାମ ଭାବେ ପରିଚିତ କଟକ ଜିଲ୍ଲାର ମାଣିଆବନ୍ଧ କୁ ସଂଯୁକ୍ତ ଆରବ ସାଧାରଣ ତନ୍ତ୍ର (ୟୁନାଇଟେଡ ଆରବ ଏମିରେଟ୍)ରୁ ୩ ଜଣ ରାଷ୍ଟ୍ରଦୂତ ମାଣିଆବନ୍ଧ ଗ୍ରାମକୁ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ରହିଛି।
ସେମାନେ ଆସନ୍ତା ୧୭ ତାରିଖ ଦିନ ୧୦ ଟାରେ ପହଞ୍ଚିବେ।ତେବେ ଏହି ରାଷ୍ଟ୍ରଦୂତଙ୍କ ଆତିଥ୍ୟ ଓ ଅଭ୍ୟର୍ଥନା କିପରି ହେବ ସେ ନେଇ ଗୁରୁବାର ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ମାଣିଆବନ୍ଧସ୍ଥିତ ବୌଦ୍ଧ ପର୍ଯ୍ୟଟନ ଓ ବାଖ୍ୟାନକେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି। ବଡ଼ମ୍ବା ବିଧାୟକ ଦେବିପ୍ରସାଦ ମିଶ୍ର,ଆଠଗଡ ଉପଜିଲ୍ଲାପାଳ,ବଡମ୍ବା ବ୍ଲକ୍ ଅଧ୍ୟକ୍ଷ,ବଡମ୍ବା ବିଡ଼ିଓ,ତହସିଲଦାର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ,ବୌଦ୍ଧ ସଂଘର୍ କର୍ମକର୍ତ୍ତା ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଉକ୍ତ ଗ୍ରାମ ହସ୍ତତନ୍ତ ତଥା ପାରମ୍ପରିକ ବୌଦ୍ଧ ଗ୍ରାମ ଭାବେ ପରିଚିତ।ତେଣୁ
ଉକ୍ତ ରାଷ୍ଟ୍ରଦୂତ ମାନେ ଏହି ଗ୍ରାମକୁ ଆସି ଏଠିକାର ହସ୍ତତନ୍ତ ତଥା ବାନ୍ଧ କାର୍ଯ୍ୟ ବୁଲି ଦେଖିବା ସହ ବୌଦ୍ଧ ପୀଠ ପରିଦର୍ଶନ କରି ଏଠିକାର ବାନ୍ଧ କାର୍ଯ୍ୟ ଉପଲବ୍ଧ କରିବା ସହ ଏହାର ପ୍ରଚାର ପ୍ରସାର ଦିଗରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବେ। ଏହି ରାଷ୍ଟ୍ରଦୂତଙ୍କ ଆଗମନ ସମୟରେ ଯେପରି କିଛି ସମସ୍ୟା ନହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments