ନୟାଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୃଥ୍ଵୀରାଜ ଦଳବେହେରାଙ୍କ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବା ବେଳେ ବିଜେଡ଼ି ସରକାରର ୨୨ ବର୍ଷର ଶାସନରେ ରାଜ୍ୟ ୨୨ ବର୍ଷ ପଛକୁ ଚାଲିଯାଇଛି ବୋଲି କହିଛନ୍ତି l ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି ସବୁଥିରେ ବିଜେଡ଼ି ସରକାର ବିଫଳ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମଧ୍ୟ ବିଜେଡ଼ି ସରକାରର ସ୍ଥିର ସାଶନ ଜିଲ୍ଲାକୁ ୨୨ ବର୍ଷ ପଛକୁ ନେଇଯାଇଛି ବୋଲି ଅଭିଯୋଗ କରିବା ସହ ଯୁବମୋର୍ଚ୍ଚାପକ୍ଷରୁ ୨୨ଗୋଟି ପ୍ରଶ୍ନପଚାରି ସରକାରଙ୍କୁ ଟାର୍ଗେଟ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ନେତା ଚନ୍ଦନ ରାଉତ ଓ ସମୀର କୁମାର ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ି ସରକାରଙ୍କୁ ଟାର୍ଗେଟ କରିଛନ୍ତି l
Byte:- ପୃଥ୍ଵୀରାଜ ଦଳବେହେରା, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି, ନୟାଗଡ଼
0 Comments