ଜାଲ ସାର୍ଟିଫିକେଟ ରେ ଚାକିରୀ ୧୦ ବର୍ଷ ହେଲା ଲୁଟୁଛନ୍ତି ସରକାରୀ ଟଙ୍କା।

 


ପିତାଙ୍କ ମୃତ୍ୟପରେ ରାଜ୍ୟ ସରକାରଙ୍କ ପୁନର୍ବାସ ଥ୍ଇଥାନ ଯୋଜନାରେ ଚାକିରୀ ପାଇଲେ।କିନ୍ତୁ ସାର୍ଟିଫିକେଟ ଥିଲା ଜାଲ ।ଚାକିରୀ ବେଳେ ସରକାରଙ୍କୁ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ରେ ଜନ୍ମ ତାରିଖ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ପ୍ରକାରର ଲେଖା ହୋଇଛି।ଯେଉଁ ଶିକ୍ଷାନୁଷ୍ଠାନ ରୁ ଶିକ୍ଷାଗତ ପ୍ରମାଣପତ୍ର ଦେଇଛନ୍ତି ସେ ସଠାରେ ପଢି ନାହାଁନ୍ତି ବୋଲି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରାପ୍ତ ହୋଇଛି।ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ମହାବିଦ୍ୟାଳୟ ରେ ପିଅନ ଭାବେ କାର୍ଯ୍ଯ କରୁଥିବା ରାଜେଶ କୁମାର ପଟ୍ଟନାୟକ ଏଭଳି ଜାଲିଆତି କରିଥିବା ତଥ୍ୟ ସାମ୍ନାକୁ ଆସିଛି। ପୁରୁଣା ତିଗିରିଆ ମହେଶ୍ବର ବିଦ୍ଯାପୀଠରୁ ଆଣିଥିବା ପ୍ରମାଣପତ୍ର ରେ ତାଙ୍କର ଜନ୍ମ ତାରିଖ ୭-୧୨-୭୮ ଥିବାବେଳେ ଜୁବୁଲୀ ଟାଉନ ଢେଙ୍କାନାଳ ରେ ଥିବା ଶ୍ରୀ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଆଣିଥିବା ସାର୍ଟିଫିକେଟ ରେ ଜନ୍ମ ତାରିଖ ୧୮-୧୧-୧୯୭୦ ବୋଲି ଦର୍ଶାଇଛନ୍ତି।ମହେଶ୍ବର ବିଦ୍ଯାପୀଠ ରେ ୧୯୯୨ ମସିହାରେ ସେ ୯ ମ ଶ୍ରେଣୀ ରେ ପଢୀଥିବା ବେଳେ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୯୮୭ ମସିହାରେ ସେ ଦଶମ ଶ୍ରେଣୀ ରେ ପଢୁଥିବା ପ୍ରମାଣପତ୍ର ଦେଇଛନ୍ତି।କିନ୍ତୁ ଏ ବାବଦରେ ମହେଶ୍ବର ନୋଡାଲ ବିଦ୍ଯାପୀଠ  ପବିତ୍ର ମୋହନ ବିଦ୍ଯାପୀଠ ତିଗିରିଆ ଏବଂ  ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ  ଏମିତି କୈଣସି ଛାତ୍ର ସେହି ସମୟରେ ପଢୁ ନଥିଲେ ବୋଲି ଲିଖିତ ଭାବେ ଜଣାଇଛନ୍ତି।କିନ୍ତୁ ଚାକିରୀରେ ଯୋଗଦେବାର ୮ ବର୍ଷ ପରେ ଅଚାନକ ଢେଙ୍କାନାଳ ଜିଲ୍ଲା ବଳରାମ ହାଇସ୍କୁଲ ରୁ ଡୁପ୍ଲିକେଟ ଟିସି ଆଣିବା ଓ ଜନ୍ମ ତାରିଖ ୭-୧୨-୭୮ ପରିବର୍ତ୍ତେ ୧୮-୧୧-୭୦ ଦର୍ଶାଇବା ନିମିତ୍ତ ଆବେଦନ କରିବା କେତେଦୂର ଯଥାର୍ଥ ଅଟେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କିନ୍ତୁ ପିଅନ ଭାବେ କାର୍ଯ୍ଯ କରୁଥିବା  ଶ୍ରୀ ପଟ୍ଟନାୟକ ଗତ ୫-୧୧-୧୨ ମସିହାରୁ ଏଭଳି ଭାବେ ଜାଲିଆତି କରି ସରକାରୀ ଅର୍ଥ ହଡପ କରୁଥିବା ଅଭିଯୋଗ ହୋଇଛି।ଏ ବାବଦରେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ଯାନ ଦେବାକୁ ଦାବୀ ହୋଇଛି।ଏ ବାବଦରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଧାଂଶୁବାଳା ଦାସଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାଁନ୍ତି ଓଡିଶା ଭାସ୍କର ମାଧ୍ୟମରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି ।ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।                 ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।

Post a Comment

0 Comments