ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ରେ କୋଭିଡ୍ କେୟାର କେନ୍ଦ୍ରର ଶିଳାନ୍ୟାସ ସହ ଶବ ସଂରକ୍ଷଣ ଓ ବ୍ୟବଚ୍ଛେଦ ଗୃହ ଉଦ୍ଘାଟିତ

 


ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ୍ କେୟାର କେନ୍ଦ୍ର ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶିଳାନ୍ୟାସ କରିବା ସହ ନୂତନ ଭାବେ ନିର୍ମିତ ଶବ ସଂରକ୍ଷଣ ଓ ବ୍ୟବଚ୍ଛେଦ ଗୃହ ର ଉଦଘାଟନ କରିଛନ୍ତି। ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ ବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ସବୁମତେ ପ୍ରାଧାନ୍ୟ ଦିଆ ଯାଉଛି ଏବଂ ପର୍ଯ୍ୟାୟ କ୍ରମେ ସବୁ ପ୍ରକାର ସୁବିଧା ସୁଯୋଗ ଏଠାରୁ ଲୋକମାନେ ପାଇ ପାରିବେ ବୋଲି କହିଥିଲେ। ଆଠଗଡ ଲୋକ ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ର ସ୍ଵତନ୍ତ୍ର ଦୃଷ୍ଟି ରହିଥିବା ବେଳେ ଆଠଗଡର ବିକାଶ ପାଇଁ ଅର୍ଥର ଅଭାବ ରହିବନି ବୋଲି ସେ କହିଥିଲେ।

୫ ମହଲା ବିଶିଷ୍ଟ ଏହି କେନ୍ଦ୍ରରେ ୫୦ ଟି ଶଯ୍ୟା ରହିବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ । ଆଠଗଡ ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ଼ ବିଜୟ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ପୌରଅଧ୍ୟକ୍ଷା ସସ୍ମିତା ରାଉତଙ୍କ ସମେତ ସମସ୍ତ କାଉନସିଲର ତଥା ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ। ରାସ୍ତା ଓ ଗୃହନିର୍ମାଣ ବିଭାଗର ଯନ୍ତ୍ରୀ ସୁନିଲ କୁମାର ସିଂ ଏବଂ ପ୍ରଭାତ କୁମାର୍ ବେହେରା ପ୍ରମୁଖ ଯୋଗଦେଇ ଏହି ପ୍ରକଳ୍ପ ପାଇଁ ୧୨ କୋଟି ୮୬ ଲକ୍ଷ ୨୬ ହଜାର ୩୩୪ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧୮ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ ହେବା ପାଇଁ ଆଦେଶ ରହିଥିବା ସୂଚନା ଦେଇ ଥିଲେ।                            ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments