➡️୧-ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ଦ୍ଵିତୀୟ ଦିନ। ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପରେ ମାଆ ଆଜି ଆରାଧିତା ହେବେ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ ।
➡️୨-ଜାପାନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଆଜି ସିଞ୍ଜୋ ଆବେଙ୍କ ରାଜକୀୟ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କ୍ରିୟାରେ ଯୋଗ ଦେବେ । ପ୍ରାୟ ୧୦୦ଟି ଦେଶର ରାଷ୍ଟ୍ର ମୁଖ୍ୟମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
➡️୩-ଆସନ୍ତାକାଲି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟରସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
➡️୪-ଏଣିକି ଭାରତରେ ତିଆରି ହେଉଥିବା ସବୁ ସ୍ମାର୍ଟଫୋନ୍ରେ ସ୍ବଦେଶୀ ଦିଗ ନିର୍ଣ୍ଣୟ ବ୍ୟବସ୍ଥା ‘ଏନ୍ଏଭିଆଇସି’କୁ ସମର୍ଥନ କରୁଥିବା ବ୍ୟବସ୍ଥା ସାମିଲ କରିବା ଲାଗି ସରକାର ଫୋନ୍ କଂପାନିଗୁଡ଼ିକୁ ଦେଲେ ନିର୍ଦ୍ଦେଶ ।
➡️୫-ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଗୁଡଭେଲା ବ୍ଲକ ବିଡ଼ିଓ । ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ବିଭାଗ ଧରିଥିବା ଜଣାପଡ଼ିଛି l
➡️୬-ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ । ଏଣିକି ଡେଡଲାଇନ ଭିତରେ ବୁକିଂ କରିଥିଲେ ବର୍ତ୍ତିବେ ଫାଇନରୁ ।
➡️୮-କୋରାପୁଟର ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ ।
➡️୯-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ପାଳିଲେ ୧୮ତମ ପ୍ରତିଷ୍ଠା ଦିବସ। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ଉଦେଶ୍ୟରେ ହେଲା ସ୍ମୃତିଚାରଣ ।
➡️୧୦-ଆଡଭାନ୍ସ ବୁକିଂରେ ‘ବିକ୍ରମ ବେଦା’କୁ ପଛରେ ପକାଇଲା ଐଶ୍ବର୍ଯ୍ୟାଙ୍କ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ଦୁଇଟି ଯାକ ଫିଲ୍ମ ସେପ୍ଟେମ୍ବର ୩୦ରେ ରିଲିଜ୍ ହେବ । ‘ପିଏସ-୧’ ଆଡଭାନ୍ସ ବୁକିଂରୁ ମୋଟ ୩.୧୫କୋଟି ଆୟ କରିଥିବା ବେଳେ ‘ବିକ୍ରମ ବେଦା’ ଆଡଭାନ୍ସ ବୁକିଂରୁ ୪୫ଲକ୍ଷ ଟଙ୍କା ଆୟ କରିଛି।
➡️୧୧-ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ହେଲା ଅବିବୃଦ୍ଧି।
➡️୧୨-ଡାଇବେଟିସ ଏବଂ କ୍ୟାନସର ଭଲ କରିବ ବାଇଗଣୀ ଟମାଟୋ: ଲ୍ୟାବରେ ତିଆରି କଲେ ବୈଜ୍ଞାନିକ କ୍ୟାଥୀ ମାର୍ଟିନ୍ । ଆସନ୍ତା ବର୍ଷଠାରୁ ଏହା ଆମେରିକାରେ ବଜାରରେ ହେବ ଉପଲବ୍ଧ।
➡️ ୧୩-ଖୁବ୍ ଶୀଘ୍ର ତାମିଲନାଡୁ ରେ ଅନଲାଇନ ଗେମିଂ ଉପରେ ଲାଗିବ ବ୍ୟାନ, ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ ର ମଞ୍ଜୁରୀ ।
➡️୧୪-ଘରୋଇ ଷ୍ଟକ୍ ମାର୍କେଟରେ ଘଟିଲା ତୀବ୍ର ହ୍ରାସ । ୪ ଦିନରେ ନିବେଶକ ହରାଇଲେ ୧୩ ଲକ୍ଷ କୋଟି ।
➡️୧୫-ପୁଣି ଡିଜିଟାଲ ମିଡିଆ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କଲେ କେନ୍ଦ୍ର ସରକାର। ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ହେଉଥିବା ୪୫ ଭିଡିଓକୁ କଲେ ବ୍ଲକ୍ । ବ୍ଲକ୍ ହୋଇଥିବା ଭିଡିଓ ଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।
➡️୧୬-ଦକ୍ଷିଣ ଭାରତରେ ପୁଣିଥରେ ମୁଣ୍ଡ ଟେକିଲା ହିଜାବ ବିବାଦ: ହିଜାବ ପିନ୍ଧିଥିବା ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ମିଳିଲାନି ଅନୁମତି ।
➡️୧୭-ଏଣିକି ହ୍ବାଟସ୍ଆପ୍ ରେ ଲୋକମାନେ ଭଏସ୍ କଲ୍ ଓ ଭିଡିଓ କଲ୍ ପାଇଁ ଲିଙ୍କ୍ ସୃଷ୍ଟି କରି ତାହାକୁ ଅନ୍ୟମାନଙ୍କୁ ପଠାଇପାରିବେ। ଚଳିତ ସପ୍ତାହରେ ଏହି ସୁବିଧା ଉପଲବ୍ଧ ହେବ। ୩୨ ଜଣିଆ ଗ୍ରୁପ୍ ଭିଡିଓ କଲ୍ କରିହେବ ।
➡️୧୮-ଲିଜେଣ୍ଡସ ଲିଗ୍ କ୍ରିକେଟ୍ ରେ ଆଜି ଗୁଜୁରାଟ ଜାୟାଣ୍ଟସକୁ ଭେଟିବ ଭିଲଓ୍ବାରା କିଙ୍ଗସ୍ ।
➡️୧୯-ବାରବାଟି : ଚଳିତ ଲିଜେଣ୍ଡ୍ସ ଲିଗ୍ ରେ ମଣିପାଲ୍ ଟାଇଗର୍ସ ପ୍ରତିପକ୍ଷ ଭିଲୱାରା କିଙ୍ଗ୍ସକୁ ୩ ରନ୍ରେ ପରାସ୍ତ କରି ପ୍ରତିଯୋଗିତାରେ ପ୍ରଥମ ବିଜୟ କଲା ହାସଲ ।
➡️୨୦-ହକି ବିଶ୍ବକପ୍ ପାଇଁ ଝାରସୁଗୁଡ଼ା ଏୟାରପୋର୍ଟକୁ ଅଧିକ ବିମାନ ଚଳାଚଳ ପାଇଁ କଲେ ଦାବି, ଏନେଇ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ହକି ବିଶ୍ବକପ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ ।
➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ରେନିକୋର୍ଟ ଧରି ବାହାରକୁ ଯାଆନ୍ତୁ ଏବଂ ବର୍ଷାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ବର୍ଷାପ୍ରତି ସତର୍କ ରହନ୍ତୁ ।।
ଶୁଭ ସକାଳ,ସୁପ୍ରଭାତ
ଆଜି ଦ୍ୱିତୀୟା ରେ ଚନ୍ଦ୍ରଦର୍ଶନ ଓ ପୂଜା ।।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ।।
ଆଜି ସହିଦ ଆଜମ ଭାଗବତ ସିଂ ଜନ୍ମଦିନ ।।
0 Comments