ରାଇକିଆ (ଆପ୍ର): ରାଇକିଆ ବ୍ଲକ ଦୁର୍ଗମ୍ ରଣବା ପଞ୍ଚାୟତ ସମିତି ରେ ଗୁରୁବାର କନ୍ଧମାଳ ଜିଲ୍ଲାପାଳଙ୍କ ଅଭିନବ କାର୍ଯ୍ୟକ୍ରମ ପରିବର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଶିକ୍ଷା ଓ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଯୋଜନା ସମ୍ପର୍କିତ ସଚେତନତା କରାଯିବା ସହ ସାଧାରଣ ଲୋକ ଯେପରି ସବୁ ଯୋଜନାର ସୁବିଧା ପାଇ ପାରିବେ ବୋଲି ସେ ନେଇ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତବାସୀଙ୍କୁ ସାମିଲ କରାଯିବା ସହ ପ୍ରଶାସନିକ ବ୍ୟବସ୍ଥାକୁ ସରଳ ଭାବେ ଲୋକଙ୍କ ପାଖରେ ଯେପରିକି ପହଞ୍ଚି ପାରିବ ସେ ନେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିବା ବିଡ଼ିଓ ଶରତ ପାତ୍ର ସୂଚନା ଦେଇଥିଲେ।
ଅନ୍ୟ ପକ୍ଷରେ ବ୍ଲକର ସବୁଠାରୁ ଦୁର୍ଗମ ରଣବା ପଞ୍ଚାୟତ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମ ହେଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ସ୍ଥାନୀୟ ଲୋକ ପ୍ରତିନଧିମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ।
0 Comments