ଆଜି ଦିନ ତା.15.9.2022 ରେ, ବ୍ଲକ ସ୍ତରୀୟ ବିଜ୍ଞାନପାଠ ଆଲୋଚନାଚକ୍ର ୧୨ଗୋଟି ଉଚ୍ଚବିଦ୍ୟାଳୟର ମନୋନୀତ ୨୪ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଶୀର୍ଷକ ଥିଲା Basic science for Sustainable development : Challenges and Prospects. ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିମ୍ଲେସ ଦିଗାଳ ସେଣ୍ଟ କାଥରିନ ଉଚ୍ଚ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ରୁ ଦ୍ଵିତୀୟ ସ୍ଥାନରେ ପ୍ରେମଦୀପ ଦିଗାଳ ଓ ତୃତୀୟ ସ୍ଥାନରେ ଜ୍ଞାନଦୀପ ଦିଗାଳ ମନୋନୀତ ହୋଇଛନ୍ତି । ଆଲୋଚନାଚକ୍ରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଥୀ କହଁର, ବିଚାରକ ଭାବେ ଅଧ୍ୟାପକ ସୁକାନ୍ତ ନାୟକ ଏବଂ ମଞ୍ଜୁଲତା ସାହୁ ଯୋଗଦେଇ ଥିବା ବେଳେ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଇକିଆ ରୁ ଜଗଦୀଶ ଦାଶ.
0 Comments