କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର କୈବର୍ତ୍ତ ସାହିର ମହାନଦୀ ଘାଟ ରୁ ପୁଣି ଉଦ୍ଧାର ହେଲା ଆଉ ଏକ ଥଣ୍ଟିଆ କୁମ୍ଭୀର। ଗୋପୀନାଥପୁର ଗ୍ରାମ କୈବର୍ତ୍ତ ସାହି ର ବାବୁଲି ଖଟୁଆ ମହାନଦୀ କୁ ମାଛ ଧରିବା ପାଇଁ ଯାଇଥିଲେ। ମାଛ ମାରୁଥିବା ବେଳେ ତାଙ୍କ ଜାଲରେ ଏହି କୁମ୍ଭୀର ଛୁଆଟି ଲାଗିଥିଲା। କୁମ୍ଭୀରର ଲମ୍ବ ଦୁଇ ଫୁଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା।
ତେବେ ବାରମ୍ବାର କୁମ୍ଭୀର ଛୁଆ ଦେଖାଦେବା ଦ୍ୱାରା ନଦୀରେ ଗାଧେଇବାକୁ ଲୋକମାନେ ଭୟ କରୁଛନ୍ତି । ସୂଚନା ଯୋଗ୍ୟ ଯେ ଗତ ମାସରେ ଏଠାରୁ ଏକ କୁମ୍ଭୀର ଛୁଆ ଉଦ୍ଧାର ହୋଇଥିଲା। ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।
0 Comments