କୁନି କାହାଣୀ "ମନ ମହକ"

 


କୁନି କାହାଣୀ "ମନ ମହକ"

🙏🙏  *ଅଗ୍ରପୂଜ୍ୟ ଗଣେଶ 🙏🙏

***********

                📝ଥରେ ମହାଦେବ ତାଙ୍କର ଦୁଇ ପୁଅଙ୍କୁ କହିଲେ, ‘ଦେଖ ପୁତ୍ରମାନେ, ତୁମ ଦୁହିଁଙ୍କ ମଧ୍ୟରୁ ଯିଏ ପ୍ରଥମେ ଏ ବିଶ୍ୱବ୍ରହ୍ମାଣ୍ଡକୁ ବୁଲି ଆସି ପାରିବ, ସେ ହିଁ ଶ୍ରେଷ୍ଠ ବିବେଚିତ ହେବ ।’


                ଏହି କଥା ଶୁଣି କାର୍ତ୍ତିକେୟଙ୍କ ଆନନ୍ଦ ର ସୀମା ରହିଲା ନାହିଁ। ତାଙ୍କର ବାହନ ଥିଲା ମୟୂର । ମୟୂର ପିଠି ରେ ବସି  ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡ କୁ ପରିକ୍ରମା କରି ଶୀଘ୍ର ଫେରି ଆସିବାକୁ  ଚିନ୍ତା କଲେ। କିନ୍ତୁ ଏଣେ ବିଶେଷ ଚିନ୍ତାରେ ପଡିଲେ ଗଣେଶ। କାରଣ ମୂଷିକ ହେଉଛି ତାଙ୍କର ବାହନ। ତଥାପି  ପରୀକ୍ଷାର ସମ୍ମୁଖୀନ ହେବାକୁ ସେ ମଧ୍ୟ ପ୍ରସ୍ତୁତ ହେଲେ ।


                ପରୀକ୍ଷା ଆରମ୍ଭ ହୋଇଗଲା। କାର୍ତ୍ତିକେୟ ମୟୂର ପିଠିରେ ବସି ବିଶ୍ୱବ୍ରହ୍ମାଣ୍ଡ ବୁଲିବା ପାଇଁ ଚାଲିଗଲେ।  ସେ ଜାଣିଥିଲେ ଯେ, ଯଥାଶୀଘ୍ର ବୁଲି ଆସି ସେ  ପିତାମାତାଙ୍କ ପାଖରେ ପହଁଚି ପାରିବେ। ଆଉ ସେ ହିଁ ଶ୍ରେଷ୍ଠ ଦେବତା ରୂପେ ବିବେଚିତ ହେବେ। ମାତ୍ର ଗଣେଷଙ୍କ ପାଇଁ ତାହା ଥିଲା ଚରମ ପରୀକ୍ଷା। ତେଣୁ ସେ ମହା ଚିନ୍ତାରେ ପଡିଲେ। ହେଲେ ସେ ଥିଲେ ଖୁବ୍ ବୁଦ୍ଧିମାନ୍। ଏଣୁ ସେ ସ୍ଥିର କରି ନେଲେ ଯେ, ଦୁନିଆରେ ନିଜର ପିତାମାତାଙ୍କ ଠାରୁ କେହି ବି ବଡ ନାହାଁନ୍ତି। ପୁଣି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ କହିଲେ ପିତାମାତାଙ୍କ ପାଦତଳେ ଥିବା ସ୍ୱୟଂ ମାତା ଧରିତ୍ରୀ। ତେଣୁ ସେ ନିଜର ପିତାମାତାଙ୍କ ଚାରି ପାଖରେ ତିନିଥର ବୁଲିଆସି ସେମାନଙ୍କୁ ପ୍ରଣାମ କରି ତାଙ୍କ ପାଖରେ ଆସି ବସିଗଲେ। ଏମିତି କିଛି ସମୟ ପରେ କାର୍ତ୍ତିକେୟ ଆସି ଦେଖନ୍ତି ପିତାମାତାଙ୍କ ପାଖରେ ପୂର୍ବପରି ଗଶେଶ ବସିରହିଛନ୍ତି । ତାହାପରେ ସେ ମଧ୍ୟ ଆସି ତାଙ୍କର ଯଥା ସ୍ଥାନରେ ବସିଲେ।

Post a Comment

0 Comments