ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରୁଥିବା ଶାସକ ବିଜେଡି ଆସନ୍ତା ଅକ୍ଟୋବର ୨ ‘ଗାନ୍ଧି ଜୟନ୍ତୀ’ରୁ ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ । ଏନେଇ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ଜିଲ୍ଲା,ବ୍ଲକ ଓ ନଗର ସଭାପତି, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି ଓ ପଦାଧିକାରୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଚିଠି ଲେଖି ଜିଲ୍ଲାରୁ ୱାର୍ଡସ୍ତର ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନଭେମ୍ବର ୨ତାରିଖ ଶେଷଦିନରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ ଏକମାସ ବ୍ୟାପୀ ପଦଯାତ୍ରାର ସମାପ୍ତି ଘୋଷଣା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ନିମନ୍ତେ ‘ସମୂହ ଶପଥ’ ପାଠ କରିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ ପକ୍ଷରୁ ଅକ୍ଟୋବର ୩୧ରୁ ୩ମାସ ପାଇଁ ରାଜ୍ୟବ୍ୟାପୀ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଅନ୍ତର୍ଗତ ପଦଯାତ୍ରା ହେବାକୁ ଥିବାବେଳେ ବିଜେପି ପକ୍ଷରୁ ଖୁବଶୀଘ୍ର ପଦଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।
0 Comments