ଖବର ଆଜିର


 ଖବର ଆଜିର
ତାରିଖ ୨୭/୦୯/୨୨, ମଙ୍ଗଳବାର

୧-ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ରୁ ବର୍ତ୍ତିବେ ଚାଳକ।

୨-ଭୁବନେଶ୍ୱର: ସ୍ବତନ୍ତ୍ର OJEE ଫଳ ପ୍ରକାଶିତ,୨୨୩୪୩ ଜଣଙ୍କୁ ମିଳିଲା Rank ।

୩-CUET ପିଜି ପ୍ରବେଶିକା ଫଳ ପ୍ରକାଶିତ,୬ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ମାର୍କ ରଖିଛନ୍ତି।

୪-ଦକ୍ଷିଣ ଚୀନ ସାଗରରୁ ଆସୁଛି ବାତ୍ୟା,୨୯ ଯାଏଁ ବଜ୍ରପାତ ସହ ବର୍ଷା ସମ୍ଭାବନା।

୫-୨୮ରେ ହେବ ବେଙ୍ଗାଳୁରୁ ଓଡ଼ିଶା ନିବେଶକ ସମ୍ମିଳନୀ।

୬-ଆସିଲା ପୋଷ୍ଟମର୍ଟ ରିପୋର୍ଟ: ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ, ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ନଥିବା ସ୍ପଷ୍ଟ।

୭-କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ । ପ୍ରସୂତୀ ବିଭାଗରୁ ନବଜାତକକୁ କେହି ନେଇଯାଇଥିବା ଅଭିଯୋଗ।

୮-ବଲାଙ୍ଗିର:ଲକ୍ଷେ ଅଶୀ ହଜାର ଲାଞ୍ଚ ନେଉଥିଲେ ବିଡିଓ ବିନୋଦ ନାଏକ, ଧରିଲା ଭିଜିଲାନ୍ସ।

୯-ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା, ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଜଣାଇବ ଦଳ।

୧୦-ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ।

୧୧-ପ୍ରଥମ ରାଜ୍ୟ ଭାବେ ଆଦିବାସୀ ଏନସାଇକ୍ଲୋପିଡିଆ ରିଲିଜ୍ କଲା ଓଡ଼ିଶା।

୧୨-ରାୟଗଡା:ପର୍ଯ୍ୟଟକଙ୍କ ପାଇଁ ନାଗାବଳୀ ନଦୀର ଝୁଲା ପୋଲକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ପ୍ରଶାସନ।

୧୩-ବିନା ଅନୁମତିରେ ବାୟୋପିକ୍‌: ୱେବ ସିରିଜକୁ ଅଞ୍ଜନାଙ୍କ ବିରୋଧ।

୧୪-ଏଣିକି ହାଇସ୍କୁଲରେ ପଢିବେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ: ଗଣ ଶିକ୍ଷାମନ୍ତ୍ରୀ।

୧୫-କଟକ, ଭୁବନେଶ୍ୱରରେ ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା।

୧୬-ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, ରାସ୍ତା କମ ବିଲ୍‌ କରିଦେବାକୁ ନେଉଥିଲେ ଲାଞ୍ଚ।

୧୭-ନୂଆଦିଲ୍ଲୀ:ବଢ଼ୁଛି ଇସ୍ତଫା ହାର, ଅସନ୍ତୋଷରେ ଚାକିରି ଛାଡ଼ୁଛନ୍ତି କର୍ମଚାରୀ, କାମ ଅଧିକକୁ କମ୍ ଦରମା ମୁଖ୍ୟ କାରଣ।

୧୮-ଆଜିଠୁ ସୁପ୍ରିମକୋର୍ଟ ସାମ୍ୱିଧାନିକ ଖଣ୍ଡପୀଠ ଶୁଣାଣିର ସିଧାପ୍ରସାରଣ, ଦୀର୍ଘ ଦିନରୁ ହେଉଥିଲା ଦାବି।

୧୯-ଜମ୍ମୁ:ନୂଆ ଦଳ ଘୋଷଣା କଲେ ଗୁଲାମନବୀ; ନାଁ ରହିଛି ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’।

Post a Comment

0 Comments