ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ସମ୍ପ୍ରତି ପାର୍ବଣ ପାଇଁ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ତେବେ ଦଶହରା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିବ ବୋଲି ଯାହା ସୂଚନା ମିଳୁଛି । କୋଭିଡ୍ କଟକଣା ପାଇଁ ପ୍ରାୟ ଦୁଇ ବର୍ଷ ହେଲା ଏହି ପାର୍ବଣ ଋତୁରେ ଗହଳି ଦେଖିବାକୁ ମିଳିନ ଥିଲା । ପ୍ରତ୍ୟେକ ବର୍ଷ ମା ଙ୍କ ଏହି ସୁନାବେଶ କେବଳ ପାର୍ବଣ ଋତୁ ରେ ହିଁ ଚାଲିଥାଏ। ଏହି ସୁନାବେଶ ବେଳେ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ବନ୍ଦୋବସ୍ତ କରା ଯାଇଥାଏ। ଏବେ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ରହିଥିବା ବେଳେ ମହାନଦୀ ରେ ସାମାନ୍ୟ ବର୍ଷା ଜଳ ଆସୁଥିବାରୁ ନଦୀ ଭିତରକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।
0 Comments