ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

 


ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ବୈଠକ ଗୃହ ଠାରେ ଦିନିକିଆ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ୨୮ ସେପ୍ଟେମ୍ବର ୨୦୨୨ ରିଖ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ, ଶ୍ରୀଯୁକ୍ତ ସଞ୍ଜୟ ଆଚାର୍ଯ୍ୟ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶ୍ରୀମତୀ ରୀନା ସରିତା ଲରେନ୍ସ ଯୋଗଦେଇଥିବା ବେଳେ।ସମ୍ମାନିତ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଣତି ପଟ୍ଟନାୟକ,ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ମଧ୍ୟଖଣ୍ଡ ଡକ୍ଟର.ଭଦ୍ରା, ଏ.ଏସ.ଆଇ,ପ୍ରଦୀପ କୁମାର ମହାପାତ୍ର,ଆଡ଼ିସିନାଲ ତହସିଲଦାର,ପ୍ରକାଶ କୁମାର ସେଠ ଆଦି ଯୋଗଦେଇ ସମସ୍ତ ବିଭାଗର କର୍ମଚାରୀ ଙ୍କୁ ବାଲ୍ୟ ବିବାହ ର କାରଣ ଓ ନିରାକରଣ,ଦୂରୀକରଣ, ବାଲ୍ୟବିହାର ର କୂପରିଣାମ,ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ଓ ଅଧିନିୟମ ସହିତ ସମସ୍ତେ ନିଜର ଗୁରୁତତ୍ୱପୂର୍ଣ୍ଣ ଅନୁଭୂତି କୁ ବର୍ଣ୍ଣନା କରିଥିଲେ। ଉକ୍ତ ବୈଠକରେ କୁବ୍ଲକ ସ୍ତରରେ ଥିବା ଗ୍ରାମ ରୋଜଗାର ସେବକ,ସିଆରସିସି, ସ୍ୱାସ୍ଥ୍ୟ କର୍ମୀ, ଏମବିକେ, ସିଆରପି, ଅଙ୍ଗନବାଡି  ସୁପ୍ରଭାଇଜର ସମେତ ୭୫ ଜଣ କର୍ମଚାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଟିକୁ ସି୩ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସହୋଜୋଗି ନିକି ପ୍ରଧାନ, ସୁଭାଶିଷ ମିଶ୍ର , କଳ୍ପନା ବାରିକ୍,ପ୍ରିୟଙ୍କା ବରାଡ, ସ୍ୱାତିରେଖା ଦାସ କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ।ପରିଶେଷରେ ସମସ୍ତେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

Post a Comment

0 Comments